୨୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

add-all

ନୀଳଗିରି ୨୪।୧୧ : ବାଲେଶ୍ଵର ଜିଲ୍ଲା ସନ୍ତାରାଗଡ଼ିଆ ଅଞ୍ଚଳରୁ ୨୪୨ ଗ୍ରାମର ବ୍ରାଉନସୁଗାର ଜବତ। ଯାହାର ମୂଲ୍ୟ ୨୪ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ । ବାଲେଶ୍ଵର ଭ୍ରାମ୍ୟମାଣ ଅବକାରୀ ବିଭାଗ ଓ ନୀଳଗିରି ଅବକାରୀ ବିଭାଗ ମିଳିତ ଚଢାଉ କରି ଏହି ବ୍ରାଉନସୁଗାର ଜବତ କରିଛି। ଏହା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।

ଖବର ଅନୁଯାୟୀ, ନୀଳଗିରି ଥାନା ଅଧିନ ସନ୍ତରାଗଡ଼ିଆ ଅଞ୍ଚଳରେ ବ୍ରାଉନସୁଗାର କାରବାର ବୃଦ୍ଧି ହେବା ନେଇ ଅଭିଯୋଗ ହୋଇ ଆସୁଥିଲା। ଗୁରୁବାର ଅବକାରୀ ଭ୍ରାମ୍ୟମାଣ ବିଭାଗର ସହାୟତାରେ ନୀଳଗିରି ଅବକାରୀ ଓଇଆସି ବିଶ୍ଵନାଥ ପରିଡା ଅନ୍ୟ କର୍ମଚାରୀଙ୍କ ସହ ସନ୍ତାରାଗଡ଼ିଆ ଅଞ୍ଚଳର ପାଗୁଲୁ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ୨୪୨ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହା ସହ ଅବକାରୀ ବିଭାଗ ପାଗୁଲୁଙ୍କୁ ଗିରଫ କରିଛି। ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏନେଇ ନୀଳଗିରି ଅବକାରୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.