ବୟସ୍କ ପିତା ମାତାଙ୍କୁ ହଇରାଣ କରି ପାରିବେ ନାହିଁ ପୁଅ ବୋହୂ ବା ଝିଅ : ହାଇକୋର୍ଟ

add-all

କଟକ:ବୟସ୍କ ପିତା ମାତାଙ୍କୁ ହଇରାଣ କରି ପାରିବେ ନାହିଁ ପୁଅ ବୋହୂ ବା ଝିଅ। ବରିଷ୍ଠ ନାଗରିକ ମାନଙ୍କୁ କୌଣସି ପରିସ୍ଥିତିରେ ନିର୍ଯ୍ୟାତନା ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରର ଗୋଲାପ ମିଶ୍ର ନାମ୍ନୀ ୭୫ ବର୍ଷୀୟା ବୃଦ୍ଧ ନିଜ ପୁଅ ବୋହୂ ହଇରାଣ ହରକତ କରୁଥିବା ନେଇ ଏକ ମାମଲା ଦାୟର କରିଥିଲେ। ଗୋଲାପ ନିଜେ ଘର କରିଥିବା ବେଳେ ପୁଅ ବୋହୂ ତାଙ୍କୁ ଘରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି। ଗୋଲାପଙ୍କ ଶ୍ରମ ଓ ଅର୍ଥରେ ତିଆରି ହୋଇଥିବା ଘରୁ ପୁଅ ବୋହୁଙ୍କୁ ବାହାର କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବାକୁ ସେ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ।

ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବୟସ୍କା ମହିଳାଙ୍କର ଯେଭଳି କୌଣସି ଅସୁବିଧା ନ ହେବ ଏବଂ ତାଙ୍କୁ କୌଣସି ପ୍ରକାର ନିର୍ଯ୍ୟାତନା ଯେଭଳି ଦିଆ ନ ଯିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଆଇଆଇଆସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ସହିତ ବୟସ୍କା ବୃଦ୍ଧା ଓ ତାଙ୍କ ପୁଅ ବୋହୂ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ପହଁଚି ଏହି ସମସ୍ୟାର ଆପୋଷ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ଡିସେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଏହି ମକଦ୍ଦମା ପରିଚାଳନା କରୁଥିଲେ।

ad-week
Leave A Reply

Your email address will not be published.