୪ ମଦ ବ୍ୟବସାୟୀ ଗିରଫ

add-all

ଝୁମ୍ପୁରା: ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦେଶ କ୍ରମେ ଅବକାରୀ ନିରିକ୍ଷକ ଚନ୍ଦନ ମଣ୍ଡଳ ତ୍ୱତ୍ତା ବଧାନରେ ଝୁମ୍ପୁରା ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଝୁମ୍ପୁରା ଅବକାରୀ ଥାନା ଅନ୍ତର୍ଗତ ଶ୍ରୀରାମପୁର, ନାଗରପାଳ, ବଡନେଉଳି, ଶୁଣ୍ଢି ମରସୁଆଁ, ସିଲିଟିଆ, କାଠ ବାଉଁଶୂଳି ଗ୍ରାମରେ ଅଚାନକ ଚଢାଉ କରିଥିଲେ। ଏହି ଗ୍ରାମ ଗୁଡିକରେ ମହୁଲି ମଦ ବ୍ୟବସାୟ କରୁଥିବା ୪ ଜଣ ବ୍ୟବସାୟୀକୁ ଅବକାରୀ ଅଧିକାରୀ ମାନେ ଗିରଫ କରିବାକୁ ସକ୍ଷମ ହୋଇଛି।

ସେମାନଙ୍କ ମଧ୍ୟରୁ ୮୦ ଲିଟର ମହୁଲି ମଦ ଜବଦ କରିବାକୁ ସକ୍ଷମ ହୋଇଛି ଅବକାରୀ ବିଭାଗ। ଅବକାରୀ ଅଧିକାରୀ ମାନେ ଶ୍ରୀରାମପୁର ଗ୍ରାମର ଗୋବିନ୍ଦ ମାଝି, ବଡନେଉଳି ଗ୍ରାମର ଗୁରୁଚରଣ ମହାନ୍ତ, ସିଲିଟିଆ ଗ୍ରାମର ମନୋଜ ମହାନ୍ତ, କାଠ ବାଉଁଶୂଳି ଗ୍ରାମର କ୍ଷୀରମଣି ମହାନ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ନାମରେ ମାମଲା ରୁଜ୍ଜୁ କରି ସେମାନଙ୍କୁ ଅଦାଲତ ଚାଲାଣ କରିଥିବା ଜଣାଯାଇଛି।

ad-week
Leave A Reply

Your email address will not be published.