ସଠିକ୍ ସରକାରୀ ଦସ୍ତାବିଜ ନଥିବାରୁ ୯୯୮ଗାଁର ରାଜସ୍ୱ ମାନ୍ୟତା ରଦ୍ଦ

add-all

ଭୁବନେଶ୍ଵର: ରାଜ୍ୟରେ ସମୁଦାୟ ୫୧୭୨୩ ଗାଁ ଅଛି। ଏଥିରୁ ୫୫୧୫ ପଡା ହେଉଛି ଗାଁ। ଯେଉଁଥିରୁ ୬୬୫ ଗାଁକୁ ରାଜସ୍ୱ ଗାଁର ମାନ୍ୟତା ଦିଆଯାଇଛି। ୯୯୮ଗାଁର ସଠିକ ସରକାରୀ ଦସ୍ତାବିଜ ନଥିବାରୁ ରାଜସ୍ୱ ମାନ୍ୟତା ରଦ୍ଦ କରାଯାଇଛି। ବିଧାନସଭାରେ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।

ସେ କହିଛନ୍ତି ମୋଟ୍ ୫୧୭୨୩ ଗାଁରୁ ଅବଶିଷ୍ଟ ୩୩୫୨ ଗାଁର ରାଜସ୍ୱ ମାନ୍ୟତା ପାଇଁ ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତା ପରେ ଚକବନ୍ଦୀକୁ ପଠାଯିବ। ପଡା ଗାଁରେ ରହୁଥିବା କୌଣସି ବ୍ୟକ୍ତି ସରକାରୀ ସୁବିଧାରୁ ବଂଚିତ ହେବା ଖବର ନାହିଁ। ୨୫୦ ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ରାଜସ୍ୱ ମାନ୍ୟତା ମିଳିବା ଉପରେ ବିଚାର କରାଯିବ। ପଡା ଗାଁର ଦୂରତ୍ୱ, ଭୌଗଳିକ ସ୍ଥିତି ଅନୁଧ୍ୟାନ କରି ରାଜସ୍ୱ ଗାଁର ମାନ୍ୟତା ଦିଆଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।

ad-week
Leave A Reply

Your email address will not be published.