ଦର୍ଶକଙ୍କ ମନ ମୋହୁଛି କୋଣାର୍କ ମହୋତ୍ସବ

add-all

କୋଣାର୍କ ୦୩/୧୨: କୋଣାର୍କ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ନୃତ୍ୟଶିଳ୍ପୀଙ୍କ ମଣିପୁରୀ ଓ ଓଡ଼ିଶୀ ଦର୍ଶକଙ୍କ ମନମୋହିଥିଲା । ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଇମ୍ଫାଲର ଏଲ. ଉପେନ୍ଦ୍ର ଶର୍ମା ଓ ସାଥୀ କଳାକାର ମଣିପୁରୀ ନୃତ୍ୟ ପରିବେଷଣ କରିଥିଲେ ।

ବୈଷ୍ଣବ ଦର୍ଶନ ଆଧାରିତ ରାଧାକୃଷ୍ଣ ଓ ଗୋପବାଳୀଙ୍କ ରାସର ପୃଷ୍ଠ ଭୂମିରେ ମଣୀପୁର ଶାସ୍ତ୍ରୀୟ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା । ଦ୍ୱିତୀୟ ଚରଣରେ କଟକର ମୀରା ଦାସ ଓ ସାଥୀ କଳାକାର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ସୂର୍ଯ୍ୟ ସ୍ତୁତି ମଞ୍ଚରେ ଭକ୍ତିଭାବ ଆଣିଥିଲା । ଦ୍ବିତୀୟ ସନ୍ଧ୍ୟାରେ ଅତିଥିଭାବେ ନେପାଳ ରାଷ୍ଟ୍ରଦୂତ ଶଙ୍କର ପ୍ରସାଦ ଶର୍ମା, ହାଇକୋର୍ଟ ବିଚାରପତି ଯଶୋବନ୍ତ ସିଂହ, ପୋଲିସ ଡିଜି ସୁନୀଲ ବଂଶଲ ପ୍ରମୁଖ ଯୋଗ ଦେଇଥିଲେ।

ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ବାଲୁକା ଶିଳ୍ପୀମାନେ ମହିଳା ସଶକ୍ତିକରଣ ପ୍ରସଙ୍ଗରେ ବିଭିନ୍ନ କଳାକୃତି ପ୍ରଦର୍ଶିତ କରିଥିଲେ, ବାଲୁକା କଳା ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା!!। ଏହାଛଡ଼ା ଅର୍ବାନ୍ ହାଟ ପରିସରରେ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ହେଲିପ୍ୟାଡ୍ରେ ଅପେରା, ମୀନା ବଜାର ପାଇଁ ଜମିଥିଲା ଲୋକଙ୍କ ଭିଡ଼ ।

ad-week
Leave A Reply

Your email address will not be published.