ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଘଟଣା : ମାମଲାକୁ ଗୁରୁତର ସହ ନେଲା ଶ୍ରୀମନ୍ଦିର ପ୍ରଶାସନ, ତଦନ୍ତ ନିର୍ଦ୍ଦେଶ

add-all

ପୁରୀ ୦୩।୧୨ : ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇ ୟୁଟ୍ୟୁବରେ ଭାଇରାଲ କରିବା ଘଟଣା। ମାମଲାକୁ ଗୁରୁତର ସହ ନେଲା ଶ୍ରୀମନ୍ଦିର ପ୍ରଶାସନ। କେଉଁ ପରିସ୍ଥିତିରେ ଓ କେବେ ଡ୍ରୋନ ମାଧ୍ୟମରେ ଭିଡ଼ିଓ ଉତ୍ତୋଳନ କଲା ସେନେଇ ହେବ ତଦନ୍ତ।

ଖବର ଅନୁଯାୟୀ, ଏଏସଆଇ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥିବା ଶ୍ରୀମନ୍ଦିରର କୌଣସି ଫଟୋ କିମ୍ବା ଭିଡ଼ିଓ ଗ୍ରାଫି ହୋଇପାରିବନାହିଁ। ଭବିଷ୍ୟତରେ ଘଟଣାର ପୁନରାବୃତ୍ତି ନହେବା ପାଇଁ ନିଆଯିବ ପଦକ୍ଷେପ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି. ଏସ. ଚନ୍ଦ୍ରଶେଖର ରାଓ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ପୁରୀ ଶ୍ରୀମନ୍ଦିର ଉପରେ ଉଡିଛି ଡ୍ରୋନ୍ । ୟୁଟ୍ୟୁବରେ ଭାଇରାଲ ହେଲା ଡ୍ରୋନରେ ନିଆଯାଇଥିବା ଶ୍ରୀମନ୍ଦିର ଭିଡିଓ । ଜଣେ ବଙ୍ଗୀୟ ୟୁଟ୍ୟୁବର ନିଜ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରି ଭାଇରାଲ୍ କରିଛି । ୟୁନିଫାଏଡ୍ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ଅପଲୋଡ଼ କରାଯାଇଛି ।

ad-week
Leave A Reply

Your email address will not be published.