ଅଶାଳୀନ ଫେସବୁକ୍ ପୋଷ୍ଟକୁ ନେଇ ତାତିଲେ ସାମ୍ବାଦିକ

add-all

ଭଦ୍ରକ ୦୪/୧୨: ଅଶାଳୀନ ଫେସବୁକ୍ ପୋଷ୍ଟକୁ ନେଇ ତାତିଲେ ସାମ୍ବାଦିକ । ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ ଇଙ୍ଗିତ କରି ଖରାପ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବି ଭଦ୍ରକ ଜିଲ୍ଲାର ସମ୍ବାଦିକ ଗୋଷ୍ଠୀ ଧାରଣ ଦେଇଛନ୍ତି ।  

ସୂଚନା ଅନୁଯାୟୀ, ରିୟାଜ ଖାନ୍ ନାମକ ଯୁବକ ସାମ୍ବାଦିକଙ୍କୁ ନେଇ ଫେସବୁକରେ ଅଶାଳୀନ ପୋଷ୍ଟ କରିଛନ୍ତି । ଏମିତି କି ସାମ୍ବାଦିକଙ୍କ ପରିବାର ଲୋକଙ୍କୁ ନେଇ ଗାଳିଗୁଲଜ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ପୂର୍ବରୁ ମଧ୍ୟ ସମ୍ପୃକ୍ତ ଯୁବକ ଏଭଳି ଅନେକ ଥର ଅଶାଳୀନ ପୋଷ୍ଟ କରିଛନ୍ତି। ଏନେଇ ସାମ୍ବାଦିକ ମାନେ ଭଦ୍ରକ ଟାଉନ ଥାନାରେ ଏତଲା ଦେଇଥିଲେ ମଧ୍ୟ କୌଣସି କର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏସପିଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେଇ ଅଭିଯୁକ୍ତ ଯୁବକକୁ ଗିରଫ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.