
କଣ୍ଟାବାଞ୍ଜି,୪/୧୨: ବରଗଡ଼ ଭିଜିଲାନ୍ସ ହାବୁଡରେ ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା । ୨୦୨୦ ମସିହାର ଏକ ମାମଲାକୁ ରଫାଦଫା କରିବାକୁ ବ୍ୟାଙ୍କ୍ କର୍ମଚାରୀ ଅଜିତ କୁମାର ଘଡେଇଙ୍କ ଠାରୁ ୨୫ ହଜାର ଟଙ୍କା ଥାନା ବାବୁ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ସିନ୍ଧେକେଲା ଥାନା ଓ ଥାନାବାବୁଙ୍କ ସରକାରୀ ଘରରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।