ଶିଡିରୁ ପଡ଼ି ରୁଷ ରାଷ୍ଟ୍ରପତି ପୁଟିନ୍ ଗୁରୁତର!

add-all

ୱାଶିଂଟନ୍‌: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସୁସ୍ଥ। ମସ୍କୋ ସ୍ଥିତ ନିଜ ସରକାରୀ ବସଭବନର ଶିଡିରୁ ସେ ବୁଧବାର ଖସି ପଡିଥିଲେ। ଏହାପରେ ତାଙ୍କ ମେରୁଦଣ୍ଡ ହାଡରେ ଆଘାତ ଲାଗିଛି। ସେ ଶିଡିରୁ ଖସିପଡିବା ପରେ ଲଗାତର ତାଙ୍କର ଝାଡା ହେଉଥିବ ନ୍ୟୁୟର୍କ ପୋଷ୍ଟ ରିପୋର୍ଟରେ ଦାବି କରାଯାଇଛି।

ରିିପୋର୍ଟରେ ଦାବି କରାଯାଇଛି, ବୁଧବାର ସନ୍ଧ୍ୟାରେ ୭୦ ବର୍ଷୀୟ ପୁଟିନ ନିଜ ବାସଭବନର ପାଞ୍ଚଟି ପାହାଚରୁ ଖସି ପଡିବା ପରେ ତାଙ୍କୁ ଅଣ୍ଟାରେ ଆଘାତ ଲାଗିଥିଲା। ‘ଟେଲିଗ୍ରାମ୍‌’ ଚାନେଲ୍ କହିବା ଅନୁସାରେ, କ୍ୟାନସର ରୋଗ ଯୋଗୁ ପୁଟିନ୍‌ଙ୍କ ପାକସ୍ଥଳୀ ଓ ଅନ୍ତଃନଳୀ ସଂକ୍ରମଣଜ ହୋଇଛି। ଏହାର ପ୍ରଭାବ ଯୋଗୁଁ ସେ ମଳ ନିୟନ୍ତ୍ରଣ କରିପାରୁ ନାହାନ୍ତି।

ଶିଡିରୁ ପଡିବା ପରେ ପୁଟିନଙ୍କୁ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀମାନେ ଉଠାଇଥିଲେ। ମଳତ୍ୟାଗ କରିପକାଇଥିବାରୁ ତାଙ୍କୁ ପରିସ୍କାର କରାଇଥିଲେ। ପରେ ସେମାନେ ପୁଟିନ୍‌ଙ୍କ ବାସଭବନରେ ଡିୟୁଟି କରୁଥିବା ଡାକ୍ତରମାନଙ୍କୁ ଡକାଇଥିଲେ। ଅବିଳମ୍ବେ ଡାକ୍ତରମାନେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ବି ତୁରନ୍ତ ରାଷ୍ଟ୍ରପତି ପୁଟିନ୍‌ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ପାରି ନ ଥିଲେ।

‘ଡେଲି ମେଲ୍‌’ ରିପୋର୍ଟ ଅନୁସାରେ, ଡାକ୍ତରମାନେ ସମ୍ପୂର୍ଣ୍ଣ ପରୀକ୍ଷାନିରୀକ୍ଷା କରିବାରୁ ଜଣାପଡ଼ିଲା ଯେ, ପୁଟିନ୍‌ଙ୍କ ମେରୁହାଡ଼ର ଶେଷ ପ୍ରାନ୍ତର ମାଂସ ଛେଚି ହୋଇଯିବା ସହ କିଛି ଟିସ୍ୟୁ ନଷ୍ଟ ହୋଇଛି। ତାହା ସେତେ ଗୁରୁତର ନ ହୋଇ ଥିବାରୁ, ‘ପେନ୍‌କିଲର୍‌’ ଦିଆଯାଇ ଚିକିତ୍ସା କରାଯାଇଥିବା ରିପୋର୍ଟରେ ଦାବି କରାଯାଇଛି।

ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ସମୟରୁ ପୁଟିନ୍‌ଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ସଂକ୍ରାନ୍ତରେ ଖବର ଆସିଥିଲେ ମଧ୍ୟ ଏଯାଏଁ ଏନେଇ କୌଣସି ପ୍ରମାଣ ମିଳିନାହିଁ। ସେହିପରି, ପୁଟିନ୍‌ଙ୍କ ଅଙ୍ଗରକ୍ଷୀମାନଙ୍କ ସହିତ ମଧ୍ୟ ଉକ୍ତ ‘ଟେଲିଗ୍ରାମ୍‌’ ଚାନେଲ୍‌ର କୌଣସି ସମ୍ପର୍କ ନ ଥିବା କଥା କୁହାଯାଉଛି।

ad-week
Leave A Reply

Your email address will not be published.