ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌, ଜଣେ ମୃତ

add-all

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଦେବୀ ଛକରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ଟ୍ରକ୍‌ ଧକ୍କା ହେବାଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଦୀପ ନାଟିଆ। ତାଙ୍କ ଘର ସୋବର ଗାଁର।

ଗତକାଲି ପ୍ରଦୀପ ନୂଆଗଡ ଗୋଲେଇ ଛକରେ ଥିବା ନିଜ ଭଡ଼ା ଘରକୁ ସ୍କୁଟି ଯୋଗେ ଯାଉଥିଲେ। ବ୍ରହ୍ମାଣୀଦେବୀ ଛକରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ପ୍ରଦୀପଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପ୍ରଦୀପଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖି ପୁଲିସ ଜିମାରେ ଦେଇଥିଲେ। ପୁଲିସ ଦୁର୍ଘଟଣା ଗସ୍ତ ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

ପ୍ରଦୀପ ୩ ବର୍ଷ ହେବ ବିବାହ କରିଥିଲେ। ତାଙ୍କର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.