ଖେଳୁଥିବା ସମୟରେ ପଡିଯାଇ ଆଖି ବୁଜିଲେ ବରଗଡ଼ ଧନଯାତ୍ରାର କୁନି କଳାକାର ବଳରାମ

add-all

ବରଗଡ଼ : ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଥିବା କୁନି କଳାକାର ଶ୍ରେୟସ ପୂଝାରୀଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା।

ଶ୍ରେୟସଙ୍କ ଘର ଅମ୍ବାପାଲିରେ। ତାଙ୍କ ବାପାଙ୍କ ନାଁ ମହେନ୍ଦ୍ର ପୁଝାରୀ। ସେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତମ ଶ୍ରେଣୀରେ ପଢୁଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଶ୍ରେୟସ ଘରେ ଖେଳୁଥିବା ସମୟରେ ତଳେ ପଡ଼ିଯାଇଥିଲେ। ସେ ଅଚେତ ହୋଇଯିବାରୁ ପରିବାର ଲୋକେ ତାଙ୍କୁ ବରଗଡ଼ ପୁରୁଣା ହସ୍‌ପିଟାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ଶ୍ରେୟସ ଗତକାଲି ସଂଳାପ ଅଭ୍ୟାସ କରିଥିଲେ। କିନ୍ତୁ ଆଜି ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଶ୍ରେୟସଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ସଂପାଦକ ସୁରେଶ୍ୱର ଶତପଥୀ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ଏହା ଆମକୁ ମର୍ମାହତ କରିଛି।

ad-week
Leave A Reply

Your email address will not be published.