ରାଜ୍ୟରେ ପୁଣି ଖୋଲିବ ଘରୋଇ ଡିଗ୍ରୀ ଏବଂ ବୈଷୟିକ କଲେଜ

add-all

ଭୁବନେଶ୍ବର:ରାଜ୍ୟରେ ପୁଣି ଖୋଲିବ ଘରୋଇ ଡିଗ୍ରୀ ଏବଂ ବୈଷୟିକ କଲେଜ ବୋଲି ଉଚ୍ଚ ଶିକ୍ଷା ବିଭାଗର ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୫ ବର୍ଷର କଟକଣା ପରେ ଘରୋଇ କଲେଜ ଓ ବୈଷୟିକ କଲେଜ ଖୋଲିବ। ସ୍ଥାନୀୟ ଅଞ୍ଚଳର ବୈଷୟିକ ଆବଶ୍ୟକତାକୁ ନେଇ ଖୋଲାଯାଇପାରିବ। ଆବାସିକ କଲେଜ ଅଧିକ ଲାଭବାନ ହେବା ଆଶଙ୍କା କରାଯାଉଛି। ୫ ବର୍ଷର ଉଚ୍ଛେଦ ନିଷ୍ପତ୍ତିକୁ ଅଧ୍ୟାପକ ସଂଘ ପକ୍ଷରୁ ସମାଲୋଚନା କରାଯାଇଛି।

ରାଜ୍ୟରେ ୫୩ ସରକାରୀ କଲେଜ ଏବଂ ୫ଶହ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ରହିଛି। ଏସବୁ କଲେଜର ସିଟ ସଂଖ୍ୟା ୨,୫୫,୯୧୩। ଚଳିତ ବର୍ଷ ୧,୯୮,୫୧୮ ସିଟରେ ନାମଲେଖା ଯାଇଛି। ୫୭ହଜାର ୩୯୫ ସିଟ ଖାଲି ପଡ଼ିଛି। ଅଧିକ ଘରୋଇ କଲେଜ ଖୋଲିବାର ଆବଶ୍ୟକତା କ’ଣ ବୋଲି ଶିକ୍ଷାବିତ ଆଲୋଚନା କରାଯାଇଛି। କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀର ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି।

ଘରୋଇ କଲେଜଗୁଡିକର ପ୍ରାଦୁର୍ଭାବ ରୋକିବାକୁ ଉଚ୍ଚ ଶିକ୍ଷା ବିଭାଗ ନୂଆ ଘରୋଇ କଲେଜ ଖୋଲିବା ଉପରେ ୫ ବର୍ଷିୟା କଟକଣା ଲଗାଇଥିଲା। ତେଣୁ ଉଚ୍ଚ ଶିକ୍ଷା ବିଭାଗ ହାଇ ପାଓ୍ୱାର କମିଟିର ଏହି ନିଷ୍ପତିକୁ ନେଇ ଅନେକ ପ୍ରଶ୍ନ ଉଠିଛି। ରାଜ୍ୟରେ ଏବେ ୫୩ ଟି ସରକାରୀ ଓ ୫ଶହ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ରହିଛି। ଏସବୁ କଲେଜ୍‌ର ମୋଟ ସିଟ ସଂଖ୍ୟା ୨ଲକ୍ଷ ୫୫ ହଜାର ୯୧୩। ଏଥି ମଧ୍ୟରୁ ଚଳିତ ବର୍ଷ ଲକ୍ଷେ ୯୮ ହଜାର ୫୧୮ ସିଟ୍‌ରେ ଆଡ଼ମିଶନ ହୋଇଛି। ଅର୍ଥାତ୍ ୫୭ ହଜାର ୩୯୫ ସିଟ୍ ଖାଲି ପଡ଼ିଛି।

ଉଚ୍ଚ ଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ଅଧ୍ୟାପକ ସଂଘ ସମାଲୋଚନା କରିଥିବା ବେଳେ ବେସରକାରୀ କଲେଜ୍ ପକ୍ଷରୁ କିନ୍ତୁ ସ୍ୱାଗତ କରିଛନ୍ତି।
ସୂଚନା ଥାଉକି, ପୂର୍ବରୁ ସେଲ୍ଫ ଫାଇନାନ୍ସିଂ କୋର୍ସ ବନ୍ଦ ଲାଗି ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତି ନେଇଥିଲା। ଏବେ କିନ୍ତୁ ଏହି କଟକଣାକୁ ଉଠାଇ ଦିଆଯାଇଛି।

ad-week
Leave A Reply

Your email address will not be published.