ସାଲେପୁର ବୀଭତ୍ସ ହତ୍ୟାକାଣ୍ଡ ଘଟଣା: ମାଷ୍ଟର ମାଇଣ୍ଡ ନାତି ଗିରଫ, ପୁଅ ହତ୍ୟାକାରୀ ଜାଣିବା ପରେ ବାପା ପିଇଲେ ବିଷ

add-all

ସାଲେପୁର: ସାଲେପୁର ନେମାଳ ଲେଣ୍ଡର ଭଗବାନପୁରରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ  ନାତି। ମୃତ ହୃଷିକେଶ ମୁଦୁଲିଙ୍କ ନାତି ଓମ୍ ପ୍ରକାଶ ମୁଦୁଲିକୁ ପୋଲିସ୍ ଗିରଫ କରିଥିବା ନେଇ ସୂଚନା ମିଳିଛି । ଏପଟେ ନିଜ ପୁଅ ହିଁ ଜେଜେବାପାର ହତ୍ୟାକାରୀ ଜାଣିବା ପରେ ଓମ୍ ପ୍ରକାଶର ବାପା ବାଦଲ ମୁଦୁଲି ବିଷ ପିଇ ଆତ୍ମହତ୍ଯା ଉଦ୍ଯମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଥାଉକି, ଗତ ଗୁରୁବାର ବିଳମ୍ବିତ ରାତିରେ ଲେଣ୍ଡର ଭଗବାନପୁର ଗାଁରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଆକ୍ରମଣରେ ବୃଦ୍ଧ ହୃଷିକେଶ ମୁଦୁଲିଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ପତ୍ନୀ କନକଲତା ଚିକିତ୍ସାଧୀନ ଅଛନ୍ତି । ତେବେ କେଉଁ କାରଣରୁ ନାତି ଜେଜେବାପା ଓ ଜେଜେମାଆଙ୍କୁ ମରଣାନ୍ତକ ଆକ୍ରମଣ କଲା ତାହା ଜଣା ପଡିନି ।

ad-week
Leave A Reply

Your email address will not be published.