ଡିଜେ ବଜାଇବାକୁ ମନା କରିବାରୁ ପୋଲିସକୁ କାମୁଡି ଦେଲେ ବରଯାତ୍ରୀ

add-all

ଭୁବନେଶ୍ବର: ଡିଜେ ବଜାଇବାକୁ ମନା କରିବାରୁ ପୋଲିସକୁ କାମୁଡି ଦେଲେ ବରଯାତ୍ରୀ।ଯାହାକୁ ନେଇ ଖାରବେଳନଗର ଥାନା ଆଗରେ ଦେଖିବାକୁ ମିଳିଥିଲା ହଙ୍ଗାମା। ପୋଲିସ ସହ ଧସ୍ତା ଧସ୍ତି ମଧ୍ୟ ଘଟି ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ।ଶେଷରେ ୫ଜଣ ବରଯାତ୍ରୀକୁ ଥାନାରେ ଅଟକ ପରେ ଜଣକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ସଚିନ ସୋରଭ ମହାନ୍ତି। ଅଭିଯୁକ୍ତ ବଡଗଡ଼ ଥାନା ଅଞ୍ଚଳର ବୋଲି ଜଣାପଡିଛି। ଗତକାଲି ରାତି ପ୍ରାୟ ୧୦ଟା ୩୦ସମୟରେ ଏହି ଘଟଣା ଘଟିଥିଲା

ଇପାରି ସଦାଶିବ କଡ଼ରେ ଥିବା ମଣ୍ଡପକୁ ରୋଷଣୀ ଧରି ଆସୁଥିଲେ ବରଯାତ୍ରୀ‌।ଏନେଇ ପାଖରେ ଥିବା ଖାରବେଳ ନଗର ଥାନା ଏସ ଆଇ   ରୋଷଣୀକୁ ଅଟକାଇଥିଲେ। ମୁଖ୍ୟ ରାସ୍ତା ଉପରେ ରୋଷଣୀ ନକରି ତଳ ରୋଡରେ ଆସନ୍ତୁ ବୋଲି କହିଥିଲେ।ଏନେଇ ଡ଼ିଜେ ବନ୍ଦ କରନ୍ତୁ ମେନ ରୋଡ଼ ଉପରେ ଅନୁମତି ନାହିଁ ବୋଲି କହିଥିଲେ। ଏକଥାକୁ ନେଇ କିଛି ଯୁବକ ଉତକ୍ଷିପ୍ତ ହୋଇ ପୋଲିସ ସହ ଧସ୍ତା ଧସ୍ତି କରିଥିଲେ।ଘଟଣା ସ୍ଥଳରେ ପୋଲିସ କିଛି ଯୁବକଙ୍କୁ କାବୁ କରିବା ବେଳେ କିଛି ଯୁବକ ଗାଳିଗୁଲଜ ସହ ଆତଙ୍କ ମଚାଇ ପୋଲିସକୁ କାମୁଡି ଥିଲେ।ଏନେଇ ଜଣଙ୍କୁ ଗିରଫ କରିଛି ପୋଲିସ।

ad-week
Leave A Reply

Your email address will not be published.