ହୋଟେଲରେ ଚାଲିଥିଲା ଜୁଆଖେଳ, ୧୨ ଜଣଙ୍କ ଠାରୁ ୧୩ ଲକ୍ଷ ଜବତ

add-all

ରାଉରକେଲା: ହୋଟେଲରେ ଚାଲିଥିଲା ଜୁଆ ଖେଳ। ଅଚାନକ ଚଢ଼ାଉ କଲା ପୁଲିସ। ପୁଲିସ ହାବୁଡ଼ରୁ ଖସିପାରିଲେନି ଜୁଆଡ଼ି। ସେମାନଙ୍କୁ ପୁଲିସ କାବୁ କରିବା ସହ ଜୁଆରେ ଲାଗିଥିବା ବିପୁଳ ପରିମାଣର ଟଙ୍କା ଜବତ କରିଛି। ଆଜି ରାଉରକେଲା ସହରରେ ଘଟିଛି ଏହି ଘଟଣା।

ସୂଚନା ମୁତାବକ, ଜୁଆ ଖେଳ ଚାଲିଥିବା ଖବର ପାଇ ରାଉରକେଲା ସହରରେ ଥିବା ହୋଟେଲ୍‌ ରାଉରକେଲା ପାଲେସରେ ପୁଲିସ ରେଡ୍ କରିଥିଲା। ରଘୁନାଥପଲ୍ଲୀ ଥାନା ନିକଟରେ ଏହି ହୋଟେଲ୍ ରହିଛି। ରାଉରକେଲା ପାଲେସରେ ଚଢାଉ କରି ୧୨ ଜଣ ଜୁଆଡ଼ିଙ୍କୁ କାବୁ କରିଛି ପୁଲିସ। ସେମାନଙ୍କୁ ଥାନାକୁ ଆଣି ଅଟକ ରଖିଛି। ସେମାନଙ୍କ ଠାରୁ ପ୍ରାୟ ୧୩ ଲକ୍ଷ ଟଙ୍କା ଜବତ ହୋଇଛି।

ଏଥିସହ ଦାମୀ କାର, ମୋବାଇଲ ମଧ୍ୟ ମିଳିଛି। କେଉଁ ପରିସ୍ଥିତିରେ ଏଠାରେ ଜୁଆ ଚାଲିଥିଲା, ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତ ରହିଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ। ପାନପୋଷ ଏସଡିପିଓ ଶାନ୍ତାନୂତନ ସାମଦ ନିଜେ ଉପସ୍ଥିତ ରହି ଯାଞ୍ଚ ଚଳାଇଥିବା ଜଣାପଡ଼ିଛି।

ଏନେଇ ଏସ୍‌ଡିପିଓ କହିଛନ୍ତି, ଅଟକ ଜୁଆଡ଼ିମାନେ ରାଜଗାଙ୍ଗପୁର, ବୀରମିତ୍ରପୁର ଓ ରାଉରକେଲାର ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ପ୍ରକୃତ ପରିଚୟ ଜାଣିବା ନିମନ୍ତେ ପ୍ରୟାଶ ଜାରି ରହିଛି।

ad-week
Leave A Reply

Your email address will not be published.