କିବ୍‌ ଆକ୍ରମଣ ଲାଗି ରୁଷ୍‌ ୨ ଲକ୍ଷ ନୂଆ ସୈନିକ ପ୍ରସ୍ତୁତି କରୁଛି: ୟୁକ୍ରେନ୍‌

add-all

କିବ୍‌: ୨୦୨୩ ଆଦ୍ୟ ମାସଗୁଡ଼ିକରେ କିବ୍‌ ଉପରେ ରୁଷ୍‌ ପୁଣି ଥରେ ଆକ୍ରମଣ କରିପାରେ ବୋଲି ୟୁକ୍ରେନ୍‌ ସଶସ୍ତ୍ର ବାହିନୀର ମୁଖ୍ୟ କମାଣ୍ଡର୍‌ ଅନୁମାନ କରୁଥିବା କଥା ଗୁରୁବାର ଦିନ ‘ଦି ଇକୋନୋମିଷ୍ଟ୍‌’ ପ୍ରକାଶ କରିଥିବା ସାକ୍ଷାତ୍‌କାରରୁ ଜଣାପଡ଼ିଛି।

ଏବେ ବେଶୀ ଅଂଶ ୟୁକ୍ରେନ୍‌ର ପୂର୍ବ ଓ ଦକ୍ଷିଣ ପ୍ରାନ୍ତରେ ଚାଲିଛି। କିନ୍ତୁ, ୟୁକ୍ରେନ୍‌ ସଶସ୍ତ୍ର ବାହିନୀର ମୁଖ୍ୟ କମାଣ୍ଡର୍‌ ଭାଲେରି ଜାଲୁନ୍‌ଝି ବ୍ରିଟିଶ୍‌ ସାପ୍ତାହିକୀ ‘ଦି ଇକୋନୋମିଷ୍ଟ୍‌’କୁ କହିଛନ୍ତି ଯେ, ପୁଣି ରାଜଧାନୀ କିବ୍‌ ଉପରେ ଆକ୍ରମଣ କରାଯାଇ ପାରେ।

ଗୁରୁବାର ଦିନ ରିଲିଜ୍‌ ହୋଇଥିବା ଡିସେମ୍ବର ୩ ତାରିଖର ଉପରୋକ୍ତ ସାକ୍ଷାତ୍‌କାରରେ ସେ କହିଛନ୍ତି, ଫେବ୍ରୁଆରି ମାସରେ କି, ମାର୍ଚ ମାସରେ, ନ ହେଲେ ଜାନୁଆରି ଶେଷ ଆଡ଼କୁ ହେବାକୁ ଥିବା ସମ୍ଭାବ୍ୟ ଯୁଦ୍ଧ ନିମନ୍ତେ ଅବଶ୍ୟକ ସମଗ୍ରୀ ସଂରକ୍ଷଣ ଓ ପ୍ରସ୍ତୁତି ହେଉଛି ଅତି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ।

ରୁଷୀୟମାନେ ୨୦୦,୦୦୦ ନୂଆ ସୈନିକ ପ୍ରସ୍ତୁତି କରୁଛନ୍ତି। ମୁଁ ନିଃସନ୍ଦେହ ସେମାନେ କିବ୍‌ ଦଖଲ ପାଇଁ ଆଉ ଥରେ ‌ଚେ‌ଷ୍ଟା କରିବେ। ଆମର କେତେ ଟ୍ୟାଙ୍ଗ୍‌, କମାଣ ଓ ଅନ୍ୟାନ୍ୟ ସାମଗ୍ରୀ ଆବଶ୍ୟକ, ଆ‌ମେ ତାହାର ହିସାବ ନିକାଶ କରି ସାରିଛୁ। ଆମର ୩୦୦ ଟ୍ୟାଙ୍କ୍‌, ୬୦୦ରୁ ୭୦୦ ଇନ୍‌ଫାଣ୍ଟ୍ରି ଫାଇଟିଙ୍ଗ୍‌ ଭେଇକଲ୍‌ ଓ ୫୦୦ ହାୱିଜର୍‌ ଆବଶ୍ୟକ ବୋଲି ସାକ୍ଷାତ୍‌କାରରେ ସେ କହିଛନ୍ତି।

ଶତ୍ରୁକୁ ପରାସ୍ତ କରି ପାରିବି ବ‌ୋଲି ମୁଁ ଜାଣେ। କିନ୍ତୁ, ମୋର ସମ୍ବଳ ଆବଶ୍ୟକ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ତୁରନ୍ତ କିବ୍‌ ଅଧିକାର କରିବା ଲାଗି ଫେବ୍ରୁଆରି ଶେଷରେ ମସ୍କୋ ତା’ର ସୈନିକମାନଙ୍କୁ ୟୁକେନ୍‌ ପଠାଇଥିଲା। କିନ୍ତୁ, ୟୁକ୍ରେନ୍‌ ସେନା ବାଧା ଦେବାରୁ ରାଜଧାନୀର ମାତ୍ର ଅଳ୍ପ କେତେ କିଲୋମିଟର୍‌ ଦୂରରେ ଅଟକି ରହି ମାର୍ଚ ଶେଷ ଓ ଏପ୍ରିଲ୍‌ ପ୍ରାରମ୍ଭରେ ସେ ଅଞ୍ଚଳରୁ ରୁଷ୍‌ ସେନା ପ୍ରତ୍ୟାହୃତ କରାଯାଇଥିଲା।

ad-week
Leave A Reply

Your email address will not be published.