ଚୀନର ବେଜିଂ ରେ ଦ୍ରୁତଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

add-all

ବେଜିଂ : କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଚୀନର ବେଜିଂ ଏବେ ଏକ ଭୂତ ସହରରେ ପରିଣତ ହୋଇଛି। ଚୀନର ରାଜଧାନୀ ବେଜିଂର ଲୋକସଂଖ୍ୟା ୨.୨ କୋଟି ହେବ। ଏଠାରେ ଦୋକାନବଜାର ବନ୍ଦ ଥିବାବେଳେ ରେସ୍ତୋରାଁଗୁଡ଼ିକ ଜନଶୂନ୍ୟ ହୋଇଯାଇଛି। ଫଳରେ ଚୀନ ବସ୍ତୁତଃ ଏକ ଭୂତ ସହର ଭଳି ଲାଗୁଛି।

କୋଭିଡ ପରୀକ୍ଷା କେନ୍ଦ୍ର, ଆଇସିୟୁ ଏବଂ କ୍ବାରାଣ୍ଟିନ ସେଣ୍ଟର ଅଧିକ ମାତ୍ରାରେ ପ୍ରସ୍ତୁତ କରି ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ରହିଥିବାବେଳେ ଏଥିପାଇଁ ଜନସାଧାରଣଙ୍କ ସହଯୋଗ ମିଳୁନାହିଁ। ଲୋକଙ୍କ ବିରୋଧକୁ ଦେଖି ପୁଲିସ ପ୍ରଶାସନ କେତେକ କଠୋର ନୀତି ଲାଗୁ କରିଛି। ଏହି ପ୍ରକ୍ରିୟାରେ ସମସ୍ତ ଘରୋଇ ପ୍ରତିଷ୍ଠାନ, ବୃହତ୍‌ ବାଣିଜ୍ୟିକ ସଂସ୍ଥା ଏବଂ ବଜାର ବନ୍ଦ ରଖାଯାଇଥିବାବେଳେ ଯାନବାହାନ ଚଳାଚଳରେ କଟକଣା ଅଘୋଷିତ ଲକଡାଉନ ପରିସ୍ଥିତି ସୃଷ୍ଟି କରିଛି।

ad-week
Leave A Reply

Your email address will not be published.