ଆଜିଠୁ ୩ ଦିନ ଧରି ଚିଲିକାରେ ଡଲଫିନ୍‌ ଗଣନା

add-all

ଟାଙ୍ଗି: ଆଜିଠୁ ୩ ଦିନ ଧରି ଚିଲିକାରେ ଡଲଫିନ୍‌ ଗଣନା । ସକାଳ ୬ଟାରୁ ଇରାୱାଡି ଡଲଫିନ ଗଣନା ଚାଲିଛି। ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ଟି ଟିମ୍‌ ଓ ସାତପଡ଼ାରେ ୮ଟି ଟିମ୍‌ ଡଲଫିନ୍‌ ଗଣନା ପାଇଁ ନିୟୋଜିତ ହୋଇଛନ୍ତି। ପ୍ରତି ଟିମ୍‌ରେ ୮ଜଣ ସଦସ୍ୟ ରହିଛନ୍ତି। ୨ଟି ରେଂଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି।

ଗଣନା କାର୍ଯ୍ୟରେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ସ୍ୱେଚ୍ଛାସେବୀ, ଓୟଏଟି ଛାତ୍ରଛାତ୍ରୀଙ୍କ ସମେତ ମୋଟର ବୋଟ୍‌ ଆସୋସିଏସନ କର୍ମଚାରୀମାନେ ସାମିଲ ଅଛନ୍ତି । ୩ ଦିନ ଧରି ଚାଲିବ ଡଲଫିନ୍‌ ଗଣନା। ଗତବର୍ଷ ଚିଲିକାରେ ୧୬୪ଟି ଡଲଫିନ୍‌ ଦେଖାଦେଇଥିବା ବେଳେ ଚଳିତ ବର୍ଷ ଜିପିଏସ୍‌ ମାଧ୍ୟମରେ ଗଣନା କାର୍ଯ୍ୟ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ad-week
Leave A Reply

Your email address will not be published.