ରାନୀ ପଣ୍ଡାଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସୁକାନ୍ତଙ୍କ ୨ ବର୍ଷ ପୁଅର ଦେହାନ୍ତ

କଟକ: ଦାଉ ସାଜିଲା ଦଇବ। ଗତ କିଛି ଦିନ ତଳେ ସ୍ୱାମୀ ଚାଲିଯାଇଥିଲେ। ଆଉ ଏବେ ପର କରି ଚାଲିଗଲା ୨ବର୍ଷର ପୁଅ। ସୂଚନ ମୁତାବକ, ଗତ କିଛି ଦିନ ତଳେ ରାନୀ ପଣ୍ଡାଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସୁକାନ୍ତ ବେହେରାଙ୍କ ୨ ବର୍ଷର ପୁଅ  ଆଜି ସକାଳ ଆଖିବୁଜିଛି।  କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେରେ ତାର ଦେହାନ୍ତ ଘଟିଛି।

ଯାହା ଖବର ମିଳିଛି ସୁକାନ୍ତ ବେହେରାଙ୍କ ମୃତ୍ୟୁର ୧୪ଦିନ ପରେ ସୁକାନ୍ତ ବେହେରାଙ୍କ ପୁଅ ଗରମ ପେଜରେ ପଡି ଯାଇଥିଲା। ଛୋଟ ଶିଶୁଟିର ପାଖାପାଖି ୩୬ ଭାଗ ପୋଡି ଯାଇଥିଲା। ଅଧିକ ଚିକିତ୍ସା ପାଇଁ ୧୪ ଦିନ ତଳେ କଟକ ଏସସିବି ବଡ଼ ମେଡ଼ିକାଲରେ ତାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ହେଲେ ଶିଶୁ ପୁତ୍ରର ଆଜି ସକାଳେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି।

ad-week
Leave A Reply

Your email address will not be published.