ଜାନୁଆରୀ ୧୭ରୁ ବସ୍‌ ଧର୍ମଘଟ ଚେତାବନୀ

add-all

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଘରୋଇ ବସ୍ ମାଲିକ ସଂଘର ଚେତାବନୀ। ଜାନଆରୀ ୧୬ ତାରିଖ ସୁଦ୍ଧା ୮ ଦଫା ଦାବି ପୂରଣ କର। ଦାବି ପୂରଣ ନ ହେଲେ ୧୭ ତାରିଖରୁ ଗଡ଼ିବନି କୌଣସି ବସ୍‌। ଘରୋଇ ବସ୍‌ ମାଲିକ ସଂଘ ଏପରି ନିଷ୍ପତ୍ତି ନେଇଛି।

୮ ଦଫା ଦାବି ପୂରଣ ନେଇ ଆଜି ଘରୋଇ ବସ୍‌ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ସବୁ ଘରୋଇ ବସ୍‌ର ମାଲିକମାନେ ଯୋଗଦେଇ ସରକାରଙ୍କ ସ୍କ୍ରାପ୍‌ ପଲିସିକୁ ବିରୋଧ କରିଥିଲେ। ଘରୋଇ ବସ୍ ମାଲିକ ସଂଘ ସଂପାଦକ କହିଛନ୍ତି, ସ୍କ୍ରାପ୍‌ ପଲିସି ଉଚ୍ଛେଦ ସହ ୮ ଦଫା ଦାବି ପୂରଣ ନହେଲେ ଜାନୁଆରୀ ୧୭ ତାରିଖରୁ ରାଜ୍ୟରେ କୌଣସି ବସ ଗଡ଼ିବ ନାହିଁ।

ad-week
Leave A Reply

Your email address will not be published.