ଅସ୍ଥାୟୀ ବନ କର୍ମଚାରୀ ବିଷ ପିଇ ଆତ୍ମହତ୍ୟା ଘଟଣା: ଥାନାରେ ଏତେଲା ଦେଲେ ସ୍ତ୍ରୀ, ୩ କର୍ମଚାରୀଙ୍କ ନାରେ ମାମଲା

add-all

କରଞ୍ଜିଆ: ଅସ୍ଥାୟୀ ବନ କର୍ମଚାରୀ ବିଷ ପିଇ ଆତ୍ମହତ୍ୟା ଘଟଣା, ଥାନାରେ ଏତେଲା ଦେଲେ ସ୍ତ୍ରୀ ଚିଲାମ । ଗତ ୭ ତାରିଖରେ ହାତୀ ଶିକାର ଘଟଣାର ପ୍ରମୁଖ ସାକ୍ଷୀ କୁହା ଯାଉଥିବା ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କୁ ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଶିଵ ଶଙ୍କର ସାମଲ,ବିନୋଦ ଦାସ ଚନ୍ଦ୍ରଭାନୁ ବେହେରା ମିଶି ନିସ୍ତୁକ ପିଟିବା ସହିତ ତାଙ୍କୁ ବିଷପିଆଇ ମାରିଥିବା ଅଭିଯୋଗ ଆଣି ତାଙ୍କ ସ୍ତ୍ରୀ ଚିଲାମ ପୂର୍ତ୍ତି ଲିଖତ ଏତେଲା ଦେଇଛନ୍ତି। ସେ ଲେଖିଛନ୍ତି କି ଗତ ୧୧ତାରିଖ ଦିନ ଶିଵ ଶଙ୍କର ସାମଲ ଏବଂ ତାଙ୍କର ଦୁଇ ସହଯୋଗୀ ବନ କର୍ମଚାରୀ ମିଶି ହାତୀ ପୋଡି ଘଟଣା କାହିଁକି ପ୍ରକାଶ କରିଛୁ କହି ମୋ ସ୍ୱାମୀ କୁ ନିସ୍ତୁକ ପିଟିବା ସହିତ ଜୋରଜବରଦସ୍ତ ବିଷପିଆଇ ଦେଇଥିଲେ ।

ଯାହା ଫଳରେ ସେ ଅସୁସ୍ଥ ହୋଇ ପ୍ରଥମେ ଜଶିପୁର ଏବଂ ପରେ କରଞ୍ଜିଆ ଏବଂ କଟକ ରେ ଚିକିତ୍ସିତ ହେଉଥିଲେ। ହେଲେ ଗତ ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।ଏହା ପରେ ଆମ୍ବୁଲାନ୍ସ ରେ ଘରକୁ ଆଣିବା ବେଳେ ଜୈନେକ ଅସ୍ଥାୟୀ ବନ କର୍ମଚାରୀ ରାସ୍ତାରେ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ସ୍ୱାମୀର ଶବ ଟିକୁ ଜଙ୍ଗଲରେ ଫିଙ୍ଗିଦେବା ପାଇଁ ପ୍ରୟାସ କରିଥିବା ଗୁରୁତର ଅଭିଯୋଗ ଆଣିଛନ୍ତି ।ତେବେ ଏ ନେଇ ଜଶିପୁର ଥାନା କେସ ନମ୍ବର ୩୧୦/୨୨ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି ।

ad-week
Leave A Reply

Your email address will not be published.