ଉଠା ଦୋକାନୀଙ୍କ ଆନ୍ଦୋଳନ ପରେ ନରମିଲା ବିଏମ୍‌ସି, କାଲିଠୁ ଉଚ୍ଛେଦ ବନ୍ଦ

add-all

ଭୁବନେଶ୍ୱର: ଉଠା ଦୋକାନୀଙ୍କ ଆନ୍ଦୋଳନ ପରେ ନରମିଲା ବିଏମ୍‌ସି। କାଲିଠୁ ଉଚ୍ଛେଦ ହେବ ନାହିଁ ବୋଲି କହିଲେ ବିଏମ୍‌ସିର ନର୍ଥ ଜୋନ୍ ଆସିଷ୍ଟାଣ୍ଟ କମିଶନର ସୁରେଶ ଲେଙ୍କା। ସେ କହିଛନ୍ତି, କିଛି ଦିନ ପାଇଁ ଉଚ୍ଛେଦ ବନ୍ଦ ରହିବ। ଉଚ୍ଛେଦ ପୂର୍ବରୁ ସଂଘ ସହ ଆଲୋଚନା ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଉଠାଦୋକାନୀଙ୍କର ଥଇଥାନ ନେଇ ନିଷ୍ପତ୍ତି ହେବ।

ସେହିପରି ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଯେଉଁଠି ଟ୍ରାଫିକ୍ ଇସ୍ୟୁ ଅଛି, ସେଠାରୁ ଅନୁମତିରେ ଉଚ୍ଛେଦ ହୋଇଛି। ତେବେ ବିନା କାରଣରେ କୌଣସି ଉଠାଦୋକାନୀଙ୍କୁ ବିଏମ୍‌ସି ହାତ ଲଗାଉନାହିଁ।

ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାଜଧାନୀ ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରୁଛି ବିଏମ୍‌ସି।  ବିନା ଥଇଥାନ ଓ କ୍ଷତିପୂରଣରେ ବିଏମ୍‌ସି ଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରିଛନ୍ତି।  ସେଥିପାଇଁ ଆଜି ବିଏମ୍‌ସିର ନର୍ଥ ଜୋନ୍ ଅଫିସକୁ ଘେରାଉ କରିଥିଲେ। ଏପରିକି  ଉଠାଦୋକନୀମାନେ ବିଏମ୍ସି ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ ସେମାନଙ୍କ ଅଟକାଇଥିଲା। ପୁଲିସ ଓ ଉଠା ଦୋକାନୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହା ପରେ ଉଠାଦୋକାଦୀ ସଂଘର କର୍ମକର୍ତ୍ତାଙ୍କୁ  ବିଏମ୍‌ସିର ନର୍ଥ ଜୋନ୍ ଆସିଷ୍ଟାଣ୍ଟ କମିଶନର ସହ  ଆଲୋଚନା ହୋଇଥିଲା। ଆଲୋଚନା ପରେ ବିଏମ୍‌ସିର ନର୍ଥ ଜୋନ୍ ଆସିଷ୍ଟାଣ୍ଟ କାଲିଠୁ ଉଚ୍ଛେତଦ ହେବ ନାହିଁ  ପ୍ରତିଶ୍ରୁତି  ଦେଇଥିଲେ।

ad-week
Leave A Reply

Your email address will not be published.