ଟୋକିଓ ଛାଡ଼ି ଚାଲିଯିବାକୁ ପରିବାରର ସନ୍ତାନପିଛା ୧ ନିୟୁତ ‘ୟେନ୍‌’ ଦେଉଛି ଜାପାନ୍‌: ରିପୋର୍ଟ…

add-all

ଟୋକିଓ: ଦେଶର ମଫସଲ ଅଞ୍ଚଳରେ ଜନସଂଖ୍ୟା ହ୍ରାସ ପାଉଥିବାରୁ ରାଜଧାନୀ ଟୋକିଓ ଛାଡ଼ି ଚାଲିଯିବା ପାଇଁ ଜାପାନ ପରିବାରର ପ୍ରତ୍ୟେକ ସନ୍ତାନପିଛା ୧ ନିୟୁତ ‘ୟେନ୍‌’ (ପ୍ରାୟ ୬ ଲକ୍ଷ ୩୩ ହଜାର ଟଙ୍କା) ପ୍ରଦାନ କରିବ ବୋଲି ‘ଟାଇମ୍‌‘ ପତ୍ରିକା ରିପୋର୍ଟ କରିଛନ୍ତି।

ଏହି ନୂତନ ପ୍ରସ୍ତାବ ଅନୁସାରେ, ଟୋକିଓ ଅଞ୍ଚଳ ଛାଡ଼ି ଚାଲିଯିବା ପାଇଁ ଯଦି କ‌ୌଣସି ପରିବାର ରାଜି ହୁଅନ୍ତି, ସାହାଯ୍ୟ ଭାବେ ସେ ପରିବାରରେ ଥିବା ସନ୍ତାନସନ୍ତତିଙ୍କ ପିଛା ୧ ନିୟୁତ ‘ୟେନ୍‌’ ଦିଆଯିବ। ଯଦି କ‌ୌଣସି ପରିବାରରେ ୨ଟି ସନ୍ତାନ ଥିବେ, ତାଙ୍କୁ ୩ ନିୟୁତ ‘ୟେନ୍‌’ ସହାୟତା ମିଳିବ।

୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନା ଅନୁସାରେ, ୨୦୨୭ ସୁଦ୍ଧା ପ୍ରାୟ ୧୦,୦୦୦ ଲୋକ ଟୋକିଓ ଛାଡ଼ି ମଫସଲ ଅଞ୍ଚଳକୁ ଚାଲିଯିବେ ବୋଲି ସରକାର ଆଶା କରିଛନ୍ତି। ଗତବର୍ଷ ଏହି ଯୋଜନାରେ ସରକାର ୧,୧୮୪ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ୨୦୨୦ରେ ୨୯୦ ଓ ୨୦୧୯ରେ ୭୧ଟି ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ।

ad-week
Leave A Reply

Your email address will not be published.