ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ : ହାଇକୋର୍ଟ

add-all

କଟକ: ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ଅପରାଧ ପରିସରଭୁକ୍ତ ନୁହେଁ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ।କେତେକ କ୍ଷେତ୍ରରେ ମହିଳାମାନେ ସ୍ୱଇଚ୍ଛାରେ ସଂପର୍କ ରଖୁଛନ୍ତି । ତେଣୁ ଏଭଳି ଘଟଣାରେ ଦୁଷ୍କର୍ମ ସଂକ୍ରାନ୍ତିୟ ଆଇନ ବ୍ୟବହାର ହେବା ଉଚିତ ନୁହେଁ ବୋଲି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ କହିଛନ୍ତି।

ଆଇପିସିର ଦଫା ୩୭୫ ଅନୁସାରେ ପୀଡ଼ିତାଙ୍କ ସହିତ ଘଟିଥିବା ନିର୍ଦ୍ଦିଷ୍ଟ ଯୌନ ନିର୍ଯାତନା ପ୍ରସଙ୍ଗକୁ ଦୁଷ୍କର୍ମ ଅପରାଧ ପରିସରଭୁକ୍ତ କରାଯାଇଛି । କିନ୍ତୁ ବିବାହର ପ୍ରଲୋଭନ ଦେଇ ଶାରୀରିକ ସଂପର୍କ ରଖିବା ଘଟଣା ଏହାର ଅନ୍ତର୍ଭୁକ୍ତ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଏକ ଦୁଷ୍କର୍ମ ମାମଲାରେ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି ହାଇକୋର୍ଟ। ଜଣେ ପ୍ରାପ୍ତବୟସ୍କା ପୀଡ଼ିତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ୨୦୨୦ ଜାନୁଆରୀ ୧୨ରେ ସାଙ୍ଗରେ ନେଇ ଭୁବନେଶ୍ୱର ଯାଇଥିଲା ।

ସେଠାରେ ଅଭିଯୁକ୍ତ ପୀଡିତାଙ୍କ ସହିତ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲା । କିଛି ଦିନ ପରେ ସେ ପୀଡ଼ିତାଙ୍କୁ ଛାଡି ପଳାଇଥିଲା । ଖବର ପାଇ ପୀଡ଼ିଙ୍କ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରିଥିଲେ । ଏ ନେଇ ନିମାପଡ଼ା ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଅଭିଯୁକ୍ତ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଅଭିଯୁକ୍ତ ସନ୍ତୋଷ କୁମାର ନାୟକକୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରି ମାମଲାରେ ପୂର୍ଣ୍ଣଛେଦ ଦେଇଛନ୍ତି ହାଇକୋର୍ଟ।

ad-week
Leave A Reply

Your email address will not be published.