ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ବିଧୁଭୂଷଣ ମିଶ୍ର…

ସମ୍ବଲପୁର : ପ୍ରଫେସର ବିଧୁଭୂଷଣ ମିଶ୍ର ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି । ପ୍ରଫେସର ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ। ଦାୟିତ୍ୱ ଭାର ଗ୍ରହଣ କରିବା ପରେ ୪ବର୍ଷ ପାଇଁ କୁଳପତି ପଦରେ ରହିବେ ପ୍ରଫେସର ବିଧୁଭୂଷଣ ମିଶ୍ର।

ଉତ୍କଳ ବିଶ୍ୱବିଦ୍ୟାଳୟର ଡିପାର୍ଟମେଣ୍ଟ ଅଫ୍‌ ବିଜନେସ୍‌ ଆଡ୍‌ମିନଷ୍ଟ୍ରେସନରୁ ଅବସର ଗ୍ରହଣ କରିଛନ୍ତି। ପ୍ରଫେସର ମିଶ୍ର ୯ଟି ପୁସ୍ତକ ଲେଖିଥିବା ବେଳେ ୧୨୨ଟି ନିବନ୍ଧ ବିଭିନ୍ନ ପ୍ରତିଷ୍ଠିତ ଜର୍ଣ୍ଣାଲରେ ପ୍ରକାଶ ପାଇଛି। ଶିକ୍ଷା କ୍ଷେତ୍ରରେ ତାଙ୍କର ୩୪ବର୍ଷର ଅଭିଜ୍ଞତା ରହିଛି। ତାଙ୍କ ଦିଗ୍‌ଦର୍ଶନରେ ଜଣେ ଡିଲିଟ କରିଥିବା ବେଳେ ୩୯ଜଣ ପିଏଚଡି ଓ ୩ଜଣ ଏମଫିଲ ହାସଲ କରିଛନ୍ତି।

ad-week
Leave A Reply

Your email address will not be published.