କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗର ଜବତ, ଜଣେ ଗିରଫ…

add-all

ଭୁବନେଶ୍ୱର: ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି। ତା’ଠାରୁ ୧ କିଲୋ ୧୯୦ ଗ୍ରାମ ବ୍ରାଉନ୍‌ସୁଗର ଜବତ କରାଯାଇଥିବା ବେଳେ ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ଗିରଫ ବ୍ରାଉନ୍‌ସୁଗର ବେପାରୀର ନାଁ ହରପ୍ରସାଦ ପୃଷ୍ଟି ଓରଫ ଶିବ। ତା’ ଘର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ କଣ୍ଟିଲୋର ଛାମୁସାହିପାଟଣାରେ।

ଏସ୍‌ଟିଏଫ୍ ଡିଏସ୍‌ପି ଏସ୍‌.ଏନ୍ ରଥଙ୍କ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନିଶା କାରବାର ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଏସ୍‌ଟିଏଫ୍‌ର ଏକ ଟିମ୍ କଣ୍ଟିଲୋ ନାରାୟଣୀ ପୀଠରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ହରପ୍ରସାଦକୁ ଟିମ୍ ଧରିଥିଲା ଟିମ୍‌। ଯାଞ୍ଚ ବେଳେ ତା’ ଠାରୁ ବ୍ରାଉନ୍‌ସୁଗର ଜବତ କରାଯାଇଥିଲା। ତା’ପରେ ତାକୁ ଗିରଫ କରାଯାଇଥିଲା।

ଗିରଫ ହରପ୍ରସାଦ କେଉଁଠାରୁ ବ୍ରାଉନ୍‌ସୁଗର ଆଣିଥିଲା ଓ କାହାକୁ ଦେବାକୁ ଯୋଜନା କରିଥିଲା, ସେ ନେଇ ଏସ୍‌ଟିଏଫ୍ ପକ୍ଷରୁ ଅଧିକ ସୂଚନା ଦିଆଯାଇ ନାହିଁ। ଏ ସଂପର୍କରେ ତଦନ୍ତ ଚାଲିଥିବା ଏସ୍‌ଟିଏଫ୍ ପକ୍ଷରୁ କୁହାଯାଇଛି।

କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୨୦୨୦ରୁ ଏପର୍ଯ୍ୟନ୍ତ ୬୮ କିଲୋରୁ ଅଧିକ ବ୍ରାଉନ୍‌ସୁଗର, ୨୦୨ ଗ୍ରାମ କୋକେନ୍‌, ୧୧୧ କୁଇଣ୍ଟାଲ ଗଞ୍ଜେଇ ଓ ୭୫୦ ଗ୍ରାମ ଅଫିମ ଜବତ କରିଛି। ଆଉ ଏହି ସବୁ ମାମଲାରେ ୧୬୬ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି।

ad-week
Leave A Reply

Your email address will not be published.