ଏପ୍ରିଲରୁ ଶିକ୍ଷା ବର୍ଷ ଆରମ୍ଭ, ପଠାଗଲା ପାଠ୍ୟପୁସ୍ତକ…

add-all

ଭୁବନେଶ୍ୱର: କୋଭିଡ଼ ପରେ ଶିକ୍ଷା କ୍ଷେତ୍ରକୁ ସ୍ୱାଭାବିକ ଟ୍ରାକ୍‌କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିନିମନ୍ତେ ପ୍ରସ୍ତୁତ ହୋଇଛି ବ୍ଲୁ  ପ୍ରିଣ୍ଟ ।  ଚଳିତ ବର୍ଷ ଏପ୍ରିଲରୁ ଶିକ୍ଷା ବର୍ଷ ଆରମ୍ଭ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରାକ୍‌ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।

ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ସବୁ ପିଲାଙ୍କ ପାଖରେ ପାଠ୍ୟ ପୁସ୍ତକ ପହଞ୍ଚାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଥିନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି। ଫଳରେ ୬ଟି ଜିଲ୍ଲାର ୧୫ଟି ବ୍ଲକକୁ ଟ୍ରକ୍‌ ଯୋଗେ ବିଭିନ୍ନ ପାଠ୍ୟ ପୁସ୍ତକ ପଠା ଯାଇଛି।

ଗତଥର ଜୁନ୍‌, ଜୁଲାଇରୁ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ଏଥର କିନ୍ତୁ ଏପ୍ରିଲକୁ ଆରମ୍ଭ ହେବ । ଏହାକୁ ଆଖି ଆଗରେ ରଖି ସବୁ ପିଲାଙ୍କ ନିକଟରେ ପାଠ୍ୟପୁସ୍ତକ ପହଞ୍ଚାଇବା ପାଇଁ ଆଜି ୬ଟି ଜିଲ୍ଲାକୁ ବହି ପଠାଯାଇଥିବା କହିଛନ୍ତି ଶିକ୍ଷାମନ୍ତ୍ରୀ।

ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିକ୍ରୟ ସଂସ୍ଥା ନିର୍ଦ୍ଦେଶକ ରଘୁରାମ ଆର ଆୟର କହିଛନ୍ତି,ଆଜି ୧୫ଟି ବ୍ଲକକୁ ପୁସ୍ତକ ପଠାଗଲା। ମାର୍ଚ୍ଚ ଶେଷ ସୁଦ୍ଧା ୩୧୪ ବ୍ଲକରେ ସବୁ ବହି ପହଞ୍ଚାଯିବାକୁ ଟାର୍ଗେଟ ରଖାଯାଇଛି।

ad-week
Leave A Reply

Your email address will not be published.