ଆଜିଠୁ କମିବ ଶୀତ, ବଢ଼ିବ କୁହୁଡ଼ି…

add-all

ଭୁବନେଶ୍ୱର : ଆଜିଠୁ କମିବ ଶୀତ, ବଢ଼ିବ କୁହୁଡ଼ି। ଲୋକଙ୍କୁ ମିଳିବ ଆଶ୍ୱସ୍ତି। ୩ ଦିନର ହାଡ଼ ଭଙ୍ଗା ଥଣ୍ଡା ପରେ ରାଜ୍ୟବାସୀଙ୍କୁ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିବ। ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁର ପ୍ରବାହ କମିବା ଆରମ୍ଭ ହୋଇଥିବାବେଳେ ରାଜ୍ୟକୁ ଏବେ ଜଳୀୟବାଷ୍ପପୂର୍ଣ୍ଣ ବାୟୁର ପ୍ରବାହ ବୃଦ୍ଧି ହେଉଛି।

ଏହାଦ୍ୱାରା ତାପମାତ୍ରା ବଢ଼ିବା ଆରମ୍ଭ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ ଦିନ ମଧ୍ୟରେ କାଜ୍ୟର ବିଭିନ୍ନ ସ୍ତାନରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଏହାଯୋଗୁ ଜାରି ରହିଥିବା ଶୀତର ପ୍ରକୋପ ହ୍ରାସ ପାଇବ।

ad-week
Leave A Reply

Your email address will not be published.