ସୋସିଆଲ ମିଡ଼ିଆରେ ନିଜକୁ ସନ୍ନି ଲିଓନି କହିବା ପରେ ବଢ଼ିଲା ବିବାଦ, ପୋଷ୍ଟ ହଟାଇବାକୁ ଏତଲା

add-all

କଟକ : ସୋସିଆଲ ମିଡିଆରେ ଅଶ୍ଳୀଳ ଓ ଯୌନଉଦ୍ଦୀପନା ସମ୍ବଳିତ ମନ୍ତବ୍ୟ ଦେବା ଓ ଅଶାଳୀନ ଭିଡିଓ ଭାଇରାଲ କରିବା ଅଭିଯୋଗରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନାରେ ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ଜଣେ ମହିଳାଙ୍କ ନାମରେ ଏବଂ ଯେଉଁମାନେ ଏହାକୁ ଭାଇରାଲ କରୁଛନ୍ତି ସେମାନଙ୍କ ନାମରେ ଏକ ଲିଖିତ ଏତଲା ଦିଆଯାଇଛି।

ସୂଚନା ଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଯୁବତୀ ଜଣଙ୍କ ନିଜକୁ ଓଡ଼ିଶା ସନ୍ନି ଲିଓନି କହି ଗଣ ମାଧ୍ୟମକୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ତୁରନ୍ତ ଏହି ଭିଡିଓ ସବୁକୁ ସୋସିଆଲ ମିଡିଆ ସାଇଡ଼ରୁ ଡିଲିଟ କରିବା ସହ ମହିଳାଙ୍କ ସମେତ ଏହି ଅସାମାଜିକ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ସବୁ ଏଜେନ୍ସି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମଧ୍ୟ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀଙ୍କୁ ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ଅନୁରୋଧ କରାଯାଇଛି।

ad-week
Leave A Reply

Your email address will not be published.