ବାଲୁଖଣ୍ଡରେ ଟ୍ରାଙ୍କୁଲାଇଜ୍‌ ହେଲା ଦନ୍ତା, ୩ ଦିନ ହେଲା କରୁଥିଲା ନାକେଦମ…

add-all

ପୁରୀ: ଟ୍ରାଙ୍କୁଲାଇଜ୍‌ ହେଲା ଦନ୍ତା । ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି । ବନବିଭାଗର ସ୍ୱତନ୍ତ୍ର ଟିମ୍‌ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିଛି। ହାତୀକୁ କାବୁ କରି ବାନ୍ଧୁଛି ବନ ବିଭାଗ।

ଗତକାଲି ଠାରୁ ପୁରୀ ସହର ଓ ଆଖପାଖ ଅଞ୍ଚଳରେ ଦନ୍ତାହାତୀକୁ ନେଇ ଆତଙ୍କ ଖେଳିଯାଇଥିଲାା ଦିନ ସାରା ପୁରୀ ସଦର ପ୍ରତାପ ପୁରୁଷୋତ୍ତମପୁର ପଞ୍ଚାୟତ କୃଷ୍ଣାଜନପୁର ଗାଁର ହୋତା ସାହିରେ ଦନ୍ତାହାତୀ ଦେଖାଯିବା ପରେ ରାତିରେ ଅଠରନଳା ନିକଟ ଖଣ୍ଡିଆବନ୍ଧରେ ଦେଖିବାକୁ ମିଳିଥିଲା। ଗତକାଲି ରାତିରୁ ଖଣ୍ଡିଆବନ୍ଧ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରଖାଯାଇଥିଲା। ସ୍ଥାନୀୟ ଲୋକେ, ବନବିଭାଗ ଓ ପୋଲିସ କର୍ମଚାରୀ ରାତି ସାରା ହାତୀକୁ ଜଗି ରହିଥିଲେ।

ad-week
Leave A Reply

Your email address will not be published.