ଭିନ୍ନକ୍ଷମ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର…

add-all

ବ୍ରହ୍ମପୁର : କେ.ନୂଆଗାଁ ଥାନା ଚୌଧୁରୀ ଟିକରପଡା ଗାଁରେ ଆଜି ଏକ ଭିନ୍ନକ୍ଷମ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ।

ସୂଚନା ଅନୁଯାୟୀ ଏହି ଗାଁର ବାସୁ ସାହୁଙ୍କ ଭିନ୍ନକ୍ଷମ ଝିଅ ବିଷ୍ଣୁପ୍ରିୟା ୮ ତାରିଖରେ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ନ ମିଳିବାରୁ ଥାନାରେ ଅଭିଯୋଗ କରିଥିଲେ ପରିବାର ବର୍ଗ। ତେବେ ଆଜି ସକାଳୁ ଘର ବାରିପଟେ ମୃତଦେହ ପଡ଼ିଥିବାର ଘରଲୋକ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସକୁ ଖବର ଦିଆ ଯାଇଥିଲା, ଝିଅକୁ କେହି ଦୁବୃର୍ତ୍ତ ମାନେ ହତ୍ୟା କରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଚିକିଟି ଏସ ଡି ପି ଓ, ଏବଂ ପୋଲିସ ପହଞ୍ଚି ତଦନ୍ତ କରିଛନ୍ତି ଓ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫ ଏମ ଟି କୁ ପଠାଇଛନ୍ତି।

ad-week
Leave A Reply

Your email address will not be published.