ବିଶ୍ୱ ଦେଖିବ ବିଶ୍ୱର ସବୁଠୁ ବଡ଼ ହକି ଷ୍ଟିକ, କଟକ ବାଲିଯାତ୍ରା ପଡିଆରେ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତି…

add-all

କଟକ : ବିଶ୍ୱ ଦେଖିବ ବିଶ୍ୱର ସବୁଠୁ ବଡ଼ ହକି ଷ୍ଟିକ। କଟକ ବାଲିଯାତ୍ରା ପଡିଆରେ ଏହି ଷ୍ଟିକ ର ର୍ନିମାଣ କରୁଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ହକି ବିଶ୍ୱକପର ଉଦ୍ଘାଟନୀ ଉତ୍ସବ ଉପଲକ୍ଷେ ହକିର ପ୍ରଚାର ଓ ପ୍ରସାର କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ସୁଦର୍ଶନ ପଟ୍ଟନାୟକ।

୧୦୦ ଟନ ବାଲି ରେ ର୍ନିମାଣ ହୋଇଛି ଏହି ବାଲୁକା କଳା। ଏହି ହକି ଷ୍ଟିକ ର ଲମ୍ବ ରହିଛି ୧୦୦ ଫୁଟ। ଯାହା ବିଶ୍ୱର ସବୁଠୁ ବଡ଼ ଓ ଲମ୍ବ । ଯେଉଁଥିରେ ରହିଛି ବିଶ୍ୱକପ ରେ ଭାଗନେଉଥିବା ସମସ୍ତ ଦେଶ ର ପତାକା। ଏହାସହ ଶହଶହ ହକି ବଲ ଏହି ବାଲୁକା କଳା ରେ ନିଖୁଣ ଭାବରେ ସଜିତ କରିଛନ୍ତି ବାଲୁକା ଶିଳ୍ପୀ।

ତେବେ ଏହା ଆସନ୍ତାକାଲି ସର୍ବ ସାଧାରଣ ନିମନ୍ତେ ଖୋଲାଯିବ। ଏହି ବାଲୁକା କଳାର ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ଯାୟରେ ପହଞ୍ଚିଥିଲା ବେଳେ ଆଜି ସୁଦ୍ଧା ସମସ୍ତ କାର୍ଯ୍ଯ ଶେଷ କରାଯିବ ବୋଲି କହିଛନ୍ତି ସୁଦର୍ଶନ ପଟ୍ଟନାୟକ।

ad-week
Leave A Reply

Your email address will not be published.