ଜାନୁଆରି ୧୬ରେ ଭୁବନେଶ୍ବର ଆସିବ ବିଜୁବାବୁଙ୍କ ଡାକୋଟା ବିମାନ…

add-all

ଭୁବନେଶ୍ବର:  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ଭିଟି-ଏୟୁଆଇ ବିମାନ ଓଡ଼ିଶା ଆସୁଛି। ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଆସିବ। ଡାକୋଟା ବିମାନକୁ କୋଲକାତାରୁ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯାଉଛି। ‘ଡାକୋଟା’ ବିମାନକୁ ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଅବସ୍ଥାପିତ କରାଯିବ। ଏକ ବଡ଼ ଗାଡ଼ିରେ ଏହି ବିମାନକୁ ଭୁବନେଶ୍ୱର ଅଣାଯାଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରିୟ ‘ଡାକୋଟା’ ବିମାନକୁ କୋଲକାତାରୁ ଓଡ଼ିଶା ଫେରେଇ ଆଣିବାକୁ ସରକାର ୨୦୨୦ ଜାନୁଆରି ମାସ ଠାରୁ ଉଦ୍ୟମ ଆରମ୍ଭ କରିଥିଲେ। ତତ୍‌କାଳୀନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ନୀତିଗତ ନିଷ୍ପତ୍ତି ହୋଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ଡାକୋଟା ବିମାନକୁ ଭୁବନେଶ୍ବର ଫେରାଇ ଆଣିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅବଗତ କରିଥିଲେ।

ad-week
Leave A Reply

Your email address will not be published.