ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ, ୨ ଗୁରୁତର

add-all

ବଲାଙ୍ଗିର: ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କାରେ ଗଲା ୨ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି, ତାଙ୍କ ନାଁ କପୁର ଚାନ୍ଦ ପୁଞ୍ଜି। ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣାରେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲର ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ ବରଗଡ଼ ଜିଲ୍ଲା ବରପାଲି ଅନ୍ତର୍ଗତ ବାଲୁଜୁରିର ରାତ୍ରି ମାର୍କେଟକୁ ଯାଇଥିଲେ।

ସେଠାରୁ କଣ୍ଟାବାଞ୍ଜି ଫେରିବା ବେଳେ ବଲାଙ୍ଗିର ଲୋଇସିଂହା ବ୍ଲକ ବୁର୍ଡ଼ା ଛକରେ ମର୍ମନ୍ତୁଡ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.