ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

add-all

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ବିଧାୟକଙ୍କ ଗାଡିକୁ ପଛ ପଟୁ ପିଟିଥିବା ବାଇକ ଚାଳକ ଗୁରୁତର ଭାବେ ଆହତ। ଏଭଳି ଘଟଣା ଘଟିଛି ଗତକାଲି ରାତିରେ ୧୬ନଂ ଜାତୀୟ ରାଜପଥର ବନ୍ଦାଳ ଛକ ନିକଟରେ।

ସୂଚନା ମୁତାବକ ଗତକାଲି ରାତିରେ ବିଧାୟକ ଅମର ପ୍ରସାଦ ଶତପଥୀ ନିଜ ନିର୍ବାଚମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ବନ୍ଦାଳ ଛକ ନିକଟରେ କିଛି ସମୟ ପାଇଁ ଅଟକି ଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ବିଧାୟକଙ୍କ ଗାଡି ପଛ ପଟୁ ଧକ୍କା ଦେଇଥିଲା। ଏଥିରେ ବିଧାୟକଙ୍କ ଗାଡି ପଛ ପାର୍ଶ୍ଵ ଵମ୍ଫର ଓ କାଚ ଭାଙ୍ଗି ଥିବା ବେଳେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ହୋଇଥିବା ଯୁବକ ଚଣ୍ଡିଖୋଲ ନିକଟ ସୁଭଦ୍ରାପୁର ଅଂଚଳର ସୌମ୍ୟ ରଞ୍ଜନ ସାମଲ ବୋଲି ସୂଚନା ମିଳିଛି। ତୁରନ୍ତ ତାଙ୍କୁ ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାଯାଇଛି।

ad-week
Leave A Reply

Your email address will not be published.