ଦୁଇ ବର୍ଷ ପୁଅର ତଣ୍ଟି କାଟି ଆତ୍ମହତ୍ୟା କଲା ମା…

add-all

କଟକ: ଛୁଆକୁ ମାରି ମା’ର ଆତ୍ମହତ୍ୟା। କଟକ ଶ୍ରୀରାମ ନଗର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ସାବତ ପୁଅକୁ ମାରି ମା’ କରିଛି ଆତ୍ମହତ୍ୟା, ଏମିତି ହୋଇଛି ଅଭିଯୋଗ। ଗୋଟିଏ ରୁମ୍‌ରୁ ମାଆ ଓ ଛୁଆଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଅର ମୃତଦେହ ତଳେ ପଡିଥିବାବେଳେ ଝୁଲନ୍ତା ଅବସ୍ଥାରେ ମା’ର ମୃତଦେହ ଉଦ୍ଧାର କରାଯାଇଛି।

ଘଟଣା ପଛରେ ପାରିବାରିକ କଳହ ଥିବା ନେଇ ସନ୍ଦେହ କରାଯାଉଛି। ସ୍ୱାମୀଙ୍କର ଏହା ଦ୍ୱିତୀୟ ବିବାହ ଥିଲା। ମୃତ ଶିଶୁ ପ୍ରଥମ ସ୍ତ୍ରୀଙ୍କର ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ମଧୁପାଟଣା ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛି। ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜେରା କରାଯାଉଛି। ଉଭୟ ସ୍ୱାମୀ-ସ୍ତ୍ରୀ ଇଞ୍ଜିନିୟର ଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.