ଘରୋଇ ବସ୍‌ ଧର୍ମଘଟ ସ୍ଥଗିତ…

add-all

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ଘରୋଇ ବସ୍‌ ଧର୍ମଘଟ ସ୍ଥଗିତ। ବସ୍‌ ଧର୍ମଘଟକୁ ସ୍ଥଗିତ ରଖିଲା ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। ୧୦ ଦଫା ଦାବି ପୂରଣ ନେଇ ଜାନୁଆରୀ ୧୭ ତାରିଖରେ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟର ଡାକରା ଦେଇଥିଲା ସଂଘ।

ଦାବି ପୂରଣ ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲା। ୧୦ଟି ଦାବି ଭିତରୁ ୩ଟି ଦାବି ପ୍ରାଥମିକ ପର୍ଯ୍ୟାୟରେ ପୂରଣ କରାଯାଇଛି। ବାକି ଦାବି ଗୁଡିକ ପାଇଁ ସରକାର ସମୟ ମାଗିଥିବା କହିଛନ୍ତି ମାଲିକ ସଂଘ। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ସଂଘ। ସ୍କ୍ରାପିଂ ପଲିସିକୁ ୧୫ରୁ ୨୦ ବର୍ଷକୁ ବଢାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଦିନ ସମୟରେ ସ୍ଲିପର କୋଚ୍‌ ଚଳାଇବା ଓ ଟ୍ରାନ୍ସଫର ଅଫ୍‌ ପରମିଟ ଭଳି ଦାବି ପୂରଣ ହୋଇଛି। ଆସନ୍ତାକାଲିଠାରୁ ବସ୍‌ ପୁଣି ସ୍ୱଭାବିକ ଭାବେ ଚାଲିବ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.