ରାଜ୍ୟରେ କମୁଛି ଶୀତ, ୫ଦିନ ଯାଏ ପାଗ ଶୁଖିଲା

add-all

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ସାମାନ୍ୟ ଉପରେ ରହିଛି। ସ୍ୱାଭାବିକ ତାପମାତ୍ରା ଠାରୁ ୨ରୁ ୫ ଡିଗ୍ରୀ ସେଲସିୟସ ଅଧିକ ରହିଛି ତାପମାତ୍ରା। ଆଗାମୀ ୫ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ୨-୩ ଦିନ ସକାଳ ସମୟରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡିର ଆଶଙ୍କା ଥିବା ଆକଳନ କରିଛି ପାଣିପାଗ ବିଭାଗ। କେତେକ ସ୍ଥାନରେ ଘନ କୁହୁଡ଼ିର ଦେଖାଯାଇପାରେ।

କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଘନ କୁହୁଡ଼ି ପାଇଁ ଆଜି ୯ଟି ଜିଲ୍ଲା ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ ଓ କଟକକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ୧୧ଟି ଜିଲ୍ଲାକୁ ଓ ୨୨ତାରିଖରେ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ad-week
Leave A Reply

Your email address will not be published.