ଫେରିଲାନି ରିହାତି : ଟ୍ରେନରେ ଯାତ୍ରା କରୁଥିବା ବରିଷ୍ଠ ନାଗରିକଙ୍କୁ ଲାଗିଲା ଝଟକା…

add-all

ନୂଆଦିଲ୍ଲୀ: ୨୦୨୩-୨୪ ବଜେଟ୍‌ରେ ଭାରତୀୟ ରେଳବାଇ ନିମ‌ନ୍ତେ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍‌ ଅଭିଭାଷଣରେ ଘୋଷଣା କରିଛନ୍ତି। ୨୦୨୩ ଅଗ‌ଷ୍ଟ ସୁଦ୍ଧା ୭୫ଟି ‘ବନ୍ଦେ ଭାରତ ଟ୍ରେନ୍‌’ ଚଳାଇବା ପାଇଁ ଭାରତୀୟ ରେଳବାଇ ବ୍ୟବସ୍ଥା କରିଛି। ତେବେ ରେଳ ଯାତ୍ରା ସମୟରେ ବରିଷ୍ଠ ନାଗରିକଙ୍କୁ ମିଳୁଥିବା ରିହାତିକୁ ନେଇ ଆଜି ବରିଷ୍ଠ ନାଗରିକଙ୍କୁ ନିରାଶ ହେବାକୁ ପଡିଛି | ବାସ୍ତବରେ ବରିଷ୍ଠ ନାଗରିକମାନେ ଆଶା କରୁଥିଲେ ଯେ ଏଥର ବଜେଟରେ ବରିଷ୍ଠ ନାଗରିକମାନଙ୍କୁ ପୁଣି ଥରେ ରେଳ ଭଡାରେ ରିହାତି ଦିଆଯିବା ନେଇ ଘୋଷଣା କରାଯାଇପାରେ | କିନ୍ତୁ ରେଳ ଭଡାରେ ରିହାତି ନେଇ କୌଣସି ଘୋଷଣା ହୋଇନାହିଁ |
କରୋନା ମହାମାରୀ ପୂର୍ବରୁ ଦେଶର ବରିଷ୍ଠ ନାଗରିକମାନଙ୍କୁ ରେଳ ଭଡ଼ାରେ ରିହାତି ମିଳୁଥିଲା। କରୋନା ମହାମାରୀ ହେତୁ ଏହା ୨୦୧୯ ରେ ବନ୍ଦ ହୋଇଯାଇଥିଲା। ଏହାପୂର୍ବରୁ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ୪୦ ପ୍ରତିଶତ ଏବଂ ୫୮ ବର୍ଷରୁ ଅଧିକ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଥିଲା। ଆଉ ବର୍ତ୍ତମାନ ଅନେକ ଆଶା କରୁଥିଲେ ଯେ ବନ୍ଦ ହୋଇଯାଇଥିବା ରିହାତି ପୁଣି ଥରେ ଲାଗୁ ହେବ | କିନ୍ତୁ ସେଭଳି କିଛି ହୋଇନାହିଁ | ଉଲ୍ଲେଖ ଥାଉ କି ରିହାତି ଉଠାଇଦେବା ପରେ ରେଳବାଇ କୋଟି କୋଟି ଟଙ୍କା ରୋଜଗାର କରିଥିଲା | ଏକ ଆରଟିଆଇ ରିପୋର୍ଟ ମୁତାବକ ରିହାତି ବ୍ୟବସ୍ଥା ଉଠାଇଦେବା ପରେ ରେଳବାଇ ପାଖାପାଖି ୨୫୦୦ କୋଟି ଟଙ୍କା ସଂଚୟ କରିପାରିଥିଲା | ମାର୍ଚ୍ଚ ୨୦୨୦ରୁ ସେପ୍ଟେମ୍ବର ୨୦୨୨ ମଧ୍ୟରେ ବରିଷ୍ଠ ନାଗରିକଙ୍କ ଉପରୁ ରିହାତି ହଟାଇବା ପରେ ଏତିକି କୋଟି ଟଙ୍କା ସଂଚୟ କରିପାରିଥିଲା |

ad-week
Leave A Reply

Your email address will not be published.