ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର; ଯକୃତ ଜନିତ ରୋଗରେ ମେଡ଼ିକାଲରେ ଭର୍ତ୍ତି…

add-all

ଭୁବନେଶ୍ୱର: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ସେ ଏବେ ଯକୃତଜନିତ ରୋଗରେ ଆକ୍ରାନ୍ତ ଅଛନ୍ତି, ଫଳରେ ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ପିଣ୍ଟୁଙ୍କ ଅବସ୍ଥା ଗୁରୁତର ଥିବା ଅଭିନେତା ଶ୍ରୀତମ ଦାସ ସୂଚନା ଦେଇଛନ୍ତି । ଶ୍ରୀତମଙ୍କ କହିବା ଅନୁସାରେ, ଲିଭର ଟ୍ରାନ୍ସପ୍ଲାଣ୍ଟ ଜରୁରୀ ଥିବା ଡାକ୍ତରମାନେ କହିଛନ୍ତି ।

ତେବେ ସେ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି। ତାଙ୍କର ଲିଭର ନଷ୍ଟ ହୋଇଥିବା କହିଛନ୍ତି ପିଣ୍ଟୁ ନନ୍ଦ। କ୍ରୋନିକ୍ ହେପାଟାଇଟିସରେ ପୀଡ଼ିତ ହୋଇ ଲିଭର ନଷ୍ଟ ହୋଇଛି। ଖୁବ୍ ଶୀଘ୍ର ଦିଲ୍ଲୀରେ ଲିଭର ପ୍ରତ୍ୟାରୋପଣ ହେବ। ଏଥିରେ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି। ଏଣେ ବନ୍ଧୁ ଓ ପରିବାରବର୍ଗ ଟଙ୍କା ଯୋଗାଡ଼ କରିବାରେ ଲାଗି ପଡ଼ିଥିବାର ସୂଚନା ମିଳିଛି।

ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି। ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ, କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍‌ ଚରିତ୍ରରେ ଦେଖିଛନ୍ତି। ପିଣ୍ଟୁ ବିଭିନ୍ନ ସମୟରେ ନାୟକ/ନାୟିକାଙ୍କ ଭାଇ,ଦାଦା ଭଳି ଚରିତ୍ରରେ ବି ନଜର ଆସିଛନ୍ତି। ପିଣ୍ଟୁ ଶତାଧିକ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ କେତେକ ଉଲ୍ଲେଖନୀୟ ସିନେମା ହେଲା ଜୟ ଜଗନ୍ନାଥ, ବାହୁଡ଼ିବେ ମୋ ଜଗାବଳିଆ, ଆଇ ଲଭ୍ ମାଇଁ ଇଣ୍ଡିଆ, ସାଥୀରେ, ପ୍ରେମ ପାଇଁ ମହାଭାରତ, କଥା ଦେଲି ମଥା ଛୁଇଁ, ଲଭ୍ ମାଷ୍ଟର, ଦୋସ୍ତି, ପ୍ରେମ ଋତୁ ଆସିଲା ‌ରେ, ହାତ ଧରି ଚାଲୁଥା, ରଙ୍ଗନମ୍ବର ଓ ‘ଲଭ୍‌ ଏକ୍ସପ୍ରେସ୍‌’ ଆଦି। ତାଙ୍କ ଅଭିନୀତ ଆଲବମ୍ ଏ ଗଉରା… ତାଙ୍କୁ ପ୍ରାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟ କରିଥିଲା।

ad-week
Leave A Reply

Your email address will not be published.