ତପସ୍ୱିନୀ ରହୁଥିବା ଘରେ ବିଦ୍ୟୁତ୍ କାଟ୍ ନେଇ ଏସ୍‌ପିଙ୍କୁ ଗୁହାରି; ସମସ୍ୟା ସମାଧାନ ନ ହେଲେ ପୁଣି ଧାରଣା : ତପସ୍ୱିନୀ

add-all

ବ୍ରହ୍ମପୁର: ସ୍ତ୍ରୀର ମାନ୍ୟତା ପାଇ ସୁଦ୍ଧା ଶ୍ୱଶୁର ଘରଙ୍କ ବାରଣ ହେତୁ ନିଜର ସାମାଜିକ ହକ୍ ପାଇଁ ଶ୍ୱଶୁର ଘର ସାମ୍ନାରେ ଦୀର୍ଘ ଏକ ମାସ ଧରି ଧାରଣା ଦେଇ ରାଜ୍ୟ ତଥା ରାଜ୍ୟବାହାରେ ଚର୍ଚ୍ଚାରେ ରହିଥିବା ତପସ୍ୱିନୀ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସହ ଗତ ୩ ଦିନ ହେବ ସେ ରହୁଥିବା ଘରେ ବିଦ୍ୟୁତ୍ କାଟି ଦିଆ ଯାଇଥିବା ତପସ୍ୱିନୀ କହିଛନ୍ତି । ଆଗାମୀ ଦିନରେ ପ୍ରଶାସନିକ ସେବା ପରୀକ୍ଷା ରହିଥିବା ବେଳେ ତପସ୍ୱିନୀ ଏହି ପରୀକ୍ଷା ନିମନ୍ତେ ପ୍ରସ୍ତୁତି ହେଉଛନ୍ତି

। ଏହି ପରୀକ୍ଷା ଆଉ କିଛି ମାସ ରହିଥିବା ବେଳେ ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ନାନା ପ୍ରକାର ହଇରାଣ ହରକତ କରୁଥିବା ସେ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଖୁବ୍‌ଶୀଘ୍ର ତାଙ୍କ ସମସ୍ୟା ସମାଧାନ ନ କରାଗଲେ ସେ ପୁଣି ଥରେ ଧାରଣା ଦେବେ ବୋଲି ତପସ୍ୱିନୀ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ତପସ୍ୱିନୀଙ୍କ ଶ୍ୱଶୁରଙ୍କୁ ଡକାଯାଇ ଘଟଣା ସମ୍ପର୍କରେ ଆଲୋଚନା କରାଯିବ ବୋଲି ଏସ୍‌ପି କହିଛନ୍ତି । ସୂଚନାଯୋଗ୍ୟ ଯେ କିଛି ବର୍ଷ ପୂର୍ବେ ଛତ୍ରପୁରର ତପସ୍ୱିନୀ ଦାସଙ୍କ ସହ ବ୍ରହ୍ମପୁର ବ୍ରହ୍ମାନଗର ୧ମ ଗଳିରେ ଡ଼ା. ସୁମିତ୍ କୁମାର ସାହୁଙ୍କ ସହ ପ୍ରେମ ହୋଇଥିଲା । ପରେ ସେମାନେ କୋର୍ଟରେ ବିବାହ କରିଥିଲେ ।

ହେଲେ ସୁମିତଙ୍କ ପରିବାର ତପସ୍ୱିନୀଙ୍କୁ ଗ୍ରହଣ କରିନଥିଲେ । ସୁମିତ୍‌ଙ୍କ ଅନ୍ୟ କେଉଁଠି ବାହାଘର ଠିକ୍ ହୋଇଥିବା ତପସ୍ୱିନୀ ଶୁଣିବାକୁ ପାଇଥିଲେ । ପରେ ସେ ଗତ ୨୦୨୧ ନଭେମ୍ବର ୨୨ ତାରିଖରେ କନ୍ୟା ବେଶରେ ଶଙ୍ଖ ମହୁରୀ ସହ ସାମାଜସେବୀ ପ୍ରମିଳା ତ୍ରିପାଠୀଙ୍କୁ ସାଥିରେ ନେଇ ବର ଅର୍ଥାତ୍ ନିଜ ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଲେ । ଏଭଳି ସେ ଦୀର୍ଘ ଏକ ମାସ ଧରି ଧାରଣା ଦେଇଥିବା ବେଳେ ଗତ ୨୦୨୧ ଡ଼ିସେମ୍ବର ୨୦ ତାରିଖରେ ଶ୍ୱଶୁର ଘର ଗ୍ରିଲ୍ ଭାଙ୍ଗି ଭିତରେ ଫସିଥିଲେ । ଏଥିମଧ୍ୟରେ କୋର୍ଟ ତପସ୍ୱିନୀଙ୍କ ଭରଣପୋଷଣ ବାବଦକୁ ମାସକୁ ୧୦ ହଜାର ଟଙ୍କା ଦେବାକୁ ଡ଼ା. ସୁମିତ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ad-week
Leave A Reply

Your email address will not be published.