ବଦଳିଲା ଓଡ଼ିଶା ଅଗ୍ନିଶମ ସେବା ନାମ, ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ଗେଜେଟ୍‌ ବିଜ୍ଞପ୍ତି…

add-all

ଭୁବନେଶ୍ବର: ରାଜ୍ୟ ସରକାର ‘ଓଡ଼ିଶା ଅଗ୍ନିଶମ ସେବା’ର ନାମ ପରିବର୍ତ୍ତନ କରିଛନ୍ତି। ଏହାର ନୂଆ ନାମ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ନାଁରେ ନାମିତ ହୋଇଛି। ଏନେଇ ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ‘ଓଡ଼ିଶା ଅଗ୍ନିଶମ ସେବା’ ବିଭାଗ ଅତୀତରେ ଉଲ୍ଲେଖନୀୟ କାମ କରିଛି। ବିପର୍ଯ୍ୟୟ ସମୟରେ ଏହି ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ ହୋଇଥାନ୍ତି। ବନ୍ୟା, ବାତ୍ୟା ତଥା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗ୍ନିକମାନେ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ ହୋଇ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥାନ୍ତି।

ad-week
Leave A Reply

Your email address will not be published.