ନକଲି ନୋଟ୍ କାରବାର, ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ କଲା ଏସ୍‌ଟିଏଫ୍…

ବଲାଙ୍ଗୀର : ଏସ୍‌ଟିଏଫ୍ ଜାଲରେ ନକଲି ନୋଟ କାରବାର କରୁଥିବା ବ୍ୟବସାୟୀ। ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ ଏସ୍‌ଟିଏଫ୍ ଟିମ୍। ନିର୍ଭରଯୋଗ୍ୟ ସୂଚନାକୁ ଆଧାର କରି ସ୍ପେଶାଲ ଟାସ୍କଫୋର୍ସ ନକଲି ନୋଟ୍ କାରବାର କରୁଥିବା ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇ ପଚରାଉଚୁର କରୁଛି ଏସ୍‌ଟିଏଫ୍ ଟିମ୍‌।

ବୁଧବାର ସନ୍ଧ୍ୟା ସମୟରେ ଟିଟଲାଗଡ଼ ଥାନା ଅନ୍ତର୍ଗତ ବସ୍ ଷ୍ଟାଣ୍ଡ ନିକଟରେ ଥିବା ପାର୍କର ମୁଖ୍ୟ ଫାଟକ ପାଖରେ ନକଲି ନୋଟ୍ କାରବାର ନେଇ ଏସ୍‌ଟିଏଫ୍ ଟିମ୍ ସୂଚନା ମିଳିଥିଲା । ଏସ୍‌ଟିଏଫ୍ ଟିମ୍ ଘଟଣାସ୍ଥଳରେ ଚଢ଼ଉ କରି ବ୍ୟବସାୟୀଙ୍କ ନିକଟରୁ ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ କରାଯାଇଥିଲା। ନକଲି ଟଙ୍କା କାରବାର କରୁଥିବା ବ୍ୟବସାୟୀକୁ ମଧ୍ୟ ଗିରଫ କରିବାରେ ମଧ୍ୟ ସଫଳ ହୋଇଥିଲା ଏସ୍‌ଟିଏଫ୍।

ଅଭିଯୁକ୍ତ ବ୍ୟବସାୟୀ ଜଣକ କଳାହାଣ୍ଡି ଜିଲ୍ଲା କଣ୍ଟାମାଲ କେଗୋନ୍ ଥାନା ଅଞ୍ଚଳର ଲିଙ୍ଗରାଜ ବେହେରା(୫୦) ବୋଲି ଜଣାପଡିଛି। ଏତେ ଟଙ୍କା କେଉଁଠୁ ଆଣୁଥିଲେ ଏବଂ କାହାକୁ ଦେବାକୁ ଯାଉଥିଲା ସେନେଇ ତଦନ୍ତ ଆରମ୍ଭ କରିଛି ଏସ୍‌ଟିଏଫ୍‌। ଆଗରୁ ଏସ୍‌ଟିଏଫ୍ ଟିମ୍ ୭୮ ଲକ୍ଷ ୭୦ ହଜାର ୬୦୦ ନକଲି ନୋଟ ଜବତ କରିଥିବା ନେଇ ଝଞୠ ଓଏ ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.