ମୁଖ୍ୟମନ୍ତ୍ରୀ, 5-T ସଚିବଙ୍କୁ ତାରାଙ୍କ ପ୍ରଶଂସା…

add-all

କୋରାପୁଟ : ମାନ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ବିକ୍ରମଦେବ କଲେଜର ପ୍ଲାଟିନମ୍‌ ଜୁବଲି ଓ ବିଶ୍ୱବିଦ୍ୟାଳୟ ଘୋଷଣା ସମାରୋହରେ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ ନାରା ମଧ୍ୟ ଦେଲେ। ତାରା ଏତିକିରେ ଅଟକିଲେ ନାହିଁ। ଆଉ ପାଦେ ଆଗକୁ ଯାଇ 5-T ସଚିବ ଭି.କେ ପାଣ୍ଡିଆନ୍‌ ଓ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଭୂରି ଭୂରି ପ୍ରଶଂସା କରିଥିବା ଦେଖିବାକୁ ମିଳୁଛି। ତାରାଙ୍କ ଏ ନୂଆ ରୂପକୁ ନେଇ ବିଭିନ୍ନ ମହଲରେ ନାନା ଚର୍ଚ୍ଚା ହେଉଛି।

ଜୟପୁର ବିଧାୟକ ତାହା ବାହିନୀପତି ଷ୍ଟେଜ୍‌କୁ ଉଠି ତାଙ୍କ ଆନ୍ଦାଜରେ ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ବିକ୍ରମଦେବ ସ୍ୱୟଂଶାସିତ କଲେଜ ବିଶ୍ୱବିଦ୍ୟାଳୟ ହୋଇଛି। ସେଥିପାଇଁ ନବୀନ ବାବୁଙ୍କୁ ଗୋଟିଏ ତାଳି ହେଉ। ତା’ପରେ ନିଜ ଜିଲ୍ଲାର ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ତାରା।

ମୁଖ୍ୟମନ୍ତ୍ରୀଙ୍କୁ ସାର୍‌ ବୋଲି ସମ୍ୱୋଧିତ କରି ତାରା କହିଥିଲେ, ଏ ଜିଲ୍ଲାର କିଛି ସମସ୍ୟା ମଧ୍ୟ ରହିଛି। ସାର ଆପଣଙ୍କ ଆଶୀର୍ବାଦ ହେଲେ ଏ ରାଜ୍ୟର ବଡ଼ ସାଗର ହୋଇପାରିବ ଜଗନ୍ନାଥ ସାଗର। ଅବିଭକ୍ତ କୋରାପୁଟ ଜିଲ୍ଲା କାଶ୍ମୀରଠାରୁ କମ୍‌ ନୁହେଁ। ଆପଣ ଜଣେ ପର୍ଯ୍ୟଟନ ପ୍ରେମୀ। ଆପଣ ଗ୍ରୀନ୍‌ ଫିଲ୍‌ଡକୁ ଭଲ ପାଆନ୍ତି। ଆପଣଙ୍କ ହୃଦୟ ଅଛି। ଆପଣ କୋରାପୁଟ ଜିଲ୍ଲାର ପର୍ଯ୍ୟଟନର ବିକାଶ କରାନ୍ତୁ। ବିଭିନ୍ନ ରାଜ୍ୟର ଭକ୍ତ ଓ ପର୍ଯ୍ୟଟକ ଗୁପ୍ତେଶ୍ୱର ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆସୁଛନ୍ତି। ସାର୍‌ ଆପଣଙ୍କୁ ମୋର ନିବେଦନ ରହିଲା ଗୁପ୍ତେଶ୍ୱରର ଉନ୍ନତି କରାନ୍ତୁ। ଦେଓମାଳିକୁ ଆନ୍ଧ୍ର ମାଡ଼ି ବସିବାକୁ ବସିଲାଣି। ଆପଣ ଥରେ ଅନାଇ ଦେଲେ ଗୁପ୍ତେଶ୍ୱର ଓ ଦେଓମାଳିରେ ବିକାଶ ହୋଇପାରିବ ବୋଲି ତାରା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସେ ଆହୁରି କହିଛନ୍ତି, କୋରାପୁଟ ଜିଲ୍ଲାର ପିଲାମାନଙ୍କ ପାଇଁ ଚାକିରି ନାହିଁ। ବିଜୁ ବାବୁ ଥିଲା ବେଳେ ଏ ମାଟିର ପିଲା ଏଠି ମାଷ୍ଟର ଚାକିରି କରୁଥିଲେ। ତେଣୁ ଅନୁରୋଧ କରୁଛି, କୋରାପୁଟ ଜିଲ୍ଲାର ପିଲାଙ୍କୁ ଏଠାରେ ନିଯୁକ୍ତି ଦିଆଯାଉ। ଆମେ କୋରାପୁଟିଆ କାହାକୁ ଠକି ନାହୁଁ। ଆମେ କୋରାପୁଟିଆ ମିଛ କହିବା ଶିଖିନୁ। ଆମେ କୋରାପୁଟିଆ ବେଇମାନି କରିବା ଶିଖିନୁ। ଆପଣଙ୍କୁ ସ୍ୱାଗତ କରୁଛୁ। ଆପଣ ବାରମ୍ୱାର ଏଠାକୁ ଆସନ୍ତୁ। କୋରାପୁଟ ଜିଲ୍ଲାର ବିକାଶକୁ ଆଖି ଆଗରେ ରଖି ଆଗକୁ ବଢ଼ି ଚାଲନ୍ତୁ ବୋଲି ତାରା କହିଛନ୍ତି।

ad-week
Leave A Reply

Your email address will not be published.