ଘରୋଇ ନର୍ସିଂହୋମରେ ମହିଳାଙ୍କୁ ଅସ୍ତ୍ରୋପଚାର ପରେ ମୃତ୍ୟୁ ଅଭିଯୋଗ, ବ୍ୟାପକ ଭଙ୍ଗାରୁଜା

add-all

ସୋର: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ଏକ ଘରୋଇ ନର୍ସିଂହୋମରେ ଗତବର୍ଷ ଡିସେମ୍ବର ୨୫ ତାରିଖରେ ଜଣେ ମହିଳାଙ୍କର ପ୍ରସବ ପାଇଁ ଅପରେସନ କରାଯାଇଥିଲା। ପରେ ତାଙ୍କର ଅପରେସନରେ ତ୍ରୁଟି ପାଇଁ ମୃତ୍ୟୁ ହୋଇଯାଇଥିବାର ଅଭିଯୋଗରେ ଆଜି ଉକ୍ତ ନର୍ସିଂହୋମରେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀମାନେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

ଅଭିଯୋଗ ଅନୁସାରେ ସୋର ଥାନା ୱାଦା ଗ୍ରାମର ପ୍ରଶାନ୍ତ ମହନ୍ତଙ୍କ ସ୍ତ୍ରୀ ତୃପ୍ତିମୟୀ ସାହୁଙ୍କର ଗତ ଡିସେମ୍ବର ୨୫ ତାରିଖରେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ମିଶ୍ର ନର୍ସିଂହୋମକୁ ଆଣିଥିଲେ। ସେଠାରେ ଡାକ୍ତର ପ୍ରଭାକର ମିଶ୍ର ତାଙ୍କର ପ୍ରସବ ପାଇଁ ଅପରେସନ କରିଥିଲେ ଏବଂ ତୃପ୍ତିମୟୀ ପୁତ୍ର ସନ୍ତାନ ଟିଏ ଜନ୍ମ ଦେଇଥିଲେ। ଜନ୍ମ ପରେ ତାଙ୍କର ରକ୍ତଶ୍ରାବ ବନ୍ଦ ହୋଇନଥିଲା। ପରିବାର ଲୋକେ ଡାକ୍ତରଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ ଡାକ୍ତର କିଛି ଅସୁବିଧା ନହେବାର ପ୍ରତିଶ୍ରୁତି ଦେଇଥିଲେ। ତୃପ୍ତିମୟୀଙ୍କର ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ କିମସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ କିଛିଦିନ ଚିକିତ୍ସିତ ହେବା ପରେ ତାଙ୍କୁ ଏମସ ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଗତ ଫେବ୍ରୁଆରି ୧ ତାରିଖରେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା।

ଆଜି ପରିବାର ଲୋକେ ନର୍ସିଂହୋମରେ ପହଞ୍ଚି ଅପରେସନରେ ତ୍ରୁଟି ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ନର୍ସିଂହୋମ ଭଙ୍ଗାରୁଜା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ସୋର ପୁଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। ସୂଚନା ଥାଉ ଏହି ନର୍ସିଂହୋମରେ ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଯାଉନଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ତୃପ୍ତିମୟୀ ଜାମୁଝାଡିସ୍ଥ ରାଧାବଲ୍ଲଭପୁର ୟୁଜିଏମଇ ବିଦ୍ୟାଳୟରେ ସହାୟକ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ।

ad-week
Leave A Reply

Your email address will not be published.