ମହାଶିବରାତ୍ରି ପାଇଁ ନୀତିନିର୍ଘଣ୍ଟ: ରାତି ୧୦ରେ ଉଠିବ ମହାଦୀପ

add-all

ଭୁବନେଶ୍ୱର : ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ। ପୂର୍ବବର୍ଷ ପରି ଏଥର ମଧ୍ୟ ଭୋର ୩ଟାରେ ମନ୍ଦିର ଖୋଲାଯାଇ ନୀତିକାନ୍ତି ଆରମ୍ଭ ହେବ। ସେବାୟତଙ୍କ ପରିବାର ଭୋର ୪ଟାରୁ ୫ଟା ମଧ୍ୟରେ ଦର୍ଶନ ପାଇଁ ଉତ୍ତର ଦ୍ୱାର ଦେଇ ଆସିପାରିବେ।

ସେହିପରି ପାସ୍‌ଧାରୀ ଶ୍ରଦ୍ଧାଳୁମାନେ ମଧ୍ୟ ଏହି ଦ୍ୱାର ଦେଇ ଦର୍ଶନ କରିବା ଲାଗି ମନ୍ଦିରକୁ ଆସିବେ। ଶ୍ରୀଜିଉଙ୍କ ନୀତି ପାଇଁ ବିନ୍ଦୁସାଗରରୁ ତୀର୍ଥ ଜଳ ଅଣାଯିବ। ଏଥିପାଇଁ ମୌନୀ ଘାଟକୁ ପରିଷ୍କାର ସହ ଆଲୋକୀକରଣ କରାଯିବ। ସେବାୟତଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ ନୀତି ସମାପନ କରାଯାଇ ଠିକ୍‌ ରାତି ୧୦ଟାରେ ମହାଦୀପ ଉଠିବ। ମନ୍ଦିର ଭିତରକୁ ଶ୍ରଦ୍ଧାଳୁମାନେ ମୋବାଇଲ୍‌ ଫୋନ୍‌ ନେବାକୁ ବାରଣ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଭିତରେ ଓ ବାହାରେ ଅସ୍ଥାୟୀ ବ୍ୟାରିକେଡ୍‌ କରାଯିବ। ମନ୍ଦିର ସମ୍ମୁଖ ଓ ଉତ୍ତର ଦ୍ୱାରେର ପ୍ରାଥମିକ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା ସହ ଆମ୍ବୁଲାନ୍ସ ମହଜୁଦ ରହିବ।

ଶ୍ରଦ୍ଧାଳୁଙ୍କ ସହାୟତା ଦେବା ଲାଗି ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲାଯିବ। ସେହିପରି ରୌଦ୍ର ତାପରୁ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେବା ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ସହ ସ୍ୱେଛାସେବୀମାନେ ସ୍ପ୍ରେ ମେସିନ୍‌ ଯୋଗେ ପାଣି ସିଞ୍ଚନ କରାଯିବ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁପରିଚାଳନା ପାଇଁ ଗତକାଲି ସର୍କିଟ ହାଉସ୍‌ଠାରେ ସମନ୍ଵୟ କମିଟି ପ୍ରସ୍ତୁତି ବୈଠକ ବସିଥିଲା। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମେୟର, ଉପଜିଲ୍ଲାପାଳ, ଏସିପି ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.