ହେପାଜତ ମୃତ୍ୟୁ ମାମଲା: ରେଞ୍ଜରଙ୍କ ସମେତ ୬ ବନ କର୍ମଚାରୀ ଗିରଫ…

add-all

ବନ ବିଭାଗ ହେପାଜତରେ ଧନେଶ୍ଵର ବେହେରା ମୃତ୍ୟୁ ମାମଲାରେ ବଡମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅନ୍ୟ କର୍ମଚାରୀମାନେ ହେଲେ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାୟକ ମାଝୀ, କୁନା ବେହେରା ଓ ପ୍ରଭାତ ପ୍ରଧାନ ଗିରଫ। ଏହି ମାମଲାରେ ୨ଟି ବୋଲେରୋ ସହ ମାଡ଼ ମାରିବାରେ ବ୍ୟବହୃତ ୪ଟି ଠେଙ୍ଗା ଜବତ କରାଯାଇଛି। ଆଜି ଏନେଇ ଆଠଗଡ଼ ଏସ୍‌ଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି।

ଗତ ୫ ତାରିଖ ରାତିରେ ଏକ ହାତୀକୁ ଶିକାର କରିଥିବା ସନ୍ଦେହ କରି ବଡମ୍ବା ସାତଗୋଛିଆ ଗାଁ’ର ଧନେଶ୍ଵର ବେହେରାଙ୍କୁ ଏକ ପେଟ୍ରୋଲ ପମ୍ପ ନିକଟରୁ ଉଠାଇଆଣିଥିଲା ବନ ବିଭାଗ ଟିମ୍। ଏହି ଟିମ୍ ଧନେଶ୍ୱରଙ୍କୁ ତିଗିରିଆ ୱାଚ୍ ଟାୱାର ଠାରେ ପଚରାଉଚରା କରିବା ବେଳେ ପ୍ରବଳ ମାଡ ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ବଡମ୍ବା ଥାନାରେ ଅଭିଯୋଗ ହୋଇଥିଲା।

ଉକ୍ତ ଘଟଣାରେ ଦୁଇଦିନ ହେବ ପୁଲିସ ୧୪ଜଣ ବନ ବିଭାଗ ଅଧିକାରୀଙ୍କୁ ଆଠଗଡ଼ ଥାନାରେ ରଖି ପଚରାଉଚରା ଜାରି ରଖିଥିଲା। ଆଜି ଏହି ଘଟଣାରେ ପ୍ରଥମିକ ପର୍ଯ୍ୟାୟରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରାଯାଇଥିବା ଆଠଗଡ଼ ଏସ୍‌ଡିପିଓ କହିଛନ୍ତି।

ad-week
Leave A Reply

Your email address will not be published.