ଗୁଇନ୍ଦା ବେଲୁନ୍ ପରେ ଆଲାସ୍କା ଆକାଶରେ ଉଡୁଥବା ସନ୍ଦିଗ୍ଧ ବସ୍ତୁକୁ ଖସାଇଲା ଆମେରିକା…

add-all

ନୂଆଦିଲ୍ଲୀ : ଆକାଶରେ ଆମେରିକାର ଆଉ ଏକ ବଡ଼ ଆକ୍ସନ । ଆକାଶରେ ଉଡୁଥବା ସନ୍ଦିଗ୍ଧ ବସ୍ତୁକୁ ଖସାଇଲା ଆମେରିକା ଫାଇଟର ଜେଟ୍‌ । ଗତକାଲି କାନାଡା ସୀମା ଆଲାକ୍ସା ନିକଟରେ ଆମେରିକା ଫାଇଟର ଜେଟ୍‌ ୪୦ ହଜାର ଫୁଟ ଉଚ୍ଚରେ ଉଡୁଥିବା ବସ୍ତୁକୁ ଖସାଇ ଦେଇଛି । ଏହା କେଉଁଠୁ ଆସିଥିଲା ଓ କିଏ ଛାଡିଥିଲା ତାହା ଜଣାପଡି ନାହିଁ । ଘଟଣାର ତଦନ୍ତ ଚାଲିଛି । ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ ବସ୍ତୁକୁ ଖସାଇ ଦିଆଯାଇଥିବା ପେଣ୍ଟାଗନ ପକ୍ଷକୁ କୁହାଯାଇଛି ।

ଗତ ଶନିବାର ଚୀନ ବେଲୁନକୁ ଆମେରିକା ଖସାଇଦେଇଥିଲା । ଜାନୁଆରୀ ୨୮ରେ ପ୍ରଥମେ, ଆମେରିକାର ଆଲିୟୁଟିଆନ ଦୀପରେ ପ୍ରବେଶ କରିଥିଲା ସ୍ପାଏ ବେଲୁନ। ଏହାପରେ କାନାଡ ଏୟାରସ୍ପେସକୁ ଯାଇଥିଲା। ସେଠାରୁ ପୁଣି ଜାନୁଆରୀ ୩୧ରେ ଆମେରିକାର ମୋଣ୍ଟନା ଅଂଚଳରେ ପ୍ରବେଶ କରିଥିଲା। ଚୀନର ଗୁଇନ୍ଦା ବେଲୁନକୁ ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଷ୍ଟ୍ରପତି ବାଇଡେନ। ବେଲୁନ ଧ୍ୱଂସାବଶେଷ ଯୋଗୁ କୌଣସି ନାଗରିକଙ୍କ କିଛି କ୍ଷତି ନ ହେଉ ସେଥିପ୍ରତି ଦୃଷ୍ଟି ଦେବାକୁ ଥିଲା ନିର୍ଦ୍ଦେଶ। ତେଣୁ ଦକ୍ଷିଣ କେରୋଲିନା ନିକଟ ଆଟଲାଣ୍ଟିକ ମହାସାଗର ଉପରକୁ ବେଲୁନ ଆସିବା କ୍ଷଣି, ଆମେରିକା ଫାଇଟର ଜେଟ୍‌ F22ରୁ AIM 9X ସାଇଡ୍‌ୱିଣ୍ଡର ମିଶାଇଲ ବେଲୁନକୁ ନଷ୍ଟ କରାଯାଇଥିଲା । ।

ad-week
Leave A Reply

Your email address will not be published.