ଏଟିଏମ ତାଡି ଲକ୍ଷାଧିକ ଟଙ୍କା ଲୁଟ୍‌‌…

add-all

ନନ୍ଦପୁର :  କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଥିବା ଏସବିଆଇ ଏଟିଏମ ରୁ ବିଳମ୍ବିତ ରାତି ୩ ଟା ୩୦ ରୁ ୩ ଟା ୪୫ ମି. ମଧ୍ୟରେ ଚୋରି ହୋଇଛି। ଏଟିଏମରେ ଥିବା ଲକ୍ଷାଧିକ ଟଙ୍କା ଚୋରି ପରେ ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ୍ତ ମାନେ ଏଟିଏମରେ ନିଆଁ ଲଗାଇ ପୋଡି ଦେଇଛନ୍ତି। ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ପାଡୁଆ ପୁଲିସ ଥାନାଧିକାରୀ ଶବ୍ୟସାଚି ଶତପଥି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଏଭଳି ଘଟଣା ଲୋକଙ୍କୁ ଚକିତ କରିବା ସହ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଚର୍ଚ୍ଚା ଚାଲିଛି। ବ୍ୟାଙ୍କ୍ ରେ ସ୍ଥାପିତ ସି ସି ଟିଭିରେ ବନ୍ଧୁକଧାରୀ ଦୁର୍ବୃତ୍ତ ମାନେ କିଭଳି ଦୁଇ ଦାମୀ କାର୍‌‌ ରେ ବିଭିନ୍ନ ଯନ୍ତ୍ରାଂଶ ସହ ଆସି ଏଟିଏମ ରୁ ଚୋରି କରିବା ସହ ନିଆଁ ଲଗାଇ ପାଡୁଆ ପଟକୁ ଚାଲି ଯାଇଛନ୍ତି ତାହାର ଭିଡିଓ ରେକର୍ଡ ରହିଛି।

ଏଟିଏମ ରୁ ଟଙ୍କା କାଢ଼ି ନେବା ପରେ ବାଲଡ଼ା ଗ୍ରାମ ଠାରୁ କିଛି ଦୂରରେ ଉକ୍ତ ପେଡିରୁ ଟଙ୍କା କାଢ଼ି ଖାଲି ବାକ୍ସ ଟିକୁ ରାସ୍ତା କଡ଼ରେ ଫୋପାଡି ଦେଇ ଦୁର୍ବୃତ୍ତ ମାନେ ଫେରାର ହୋଇଥିବା ଜଣାପଡ଼ିଛି। ପୁଲିସ ଉକ୍ତ ଖାଲି ବାକ୍ସ କୁ ଉଧାର କରିଛି। ପ୍ରାଥମିକ ତଦନ୍ତରୁ ଦୁର୍ବୃତ୍ତ ମାନେ ପେଦା ବାଇଲି ଦେଇ ଆନ୍ଧ୍ର ପ୍ରଦେଶ ଅଞ୍ଚଳ ଆଡ଼କୁ ଚାଲି ଯାଇଥିବା ଜଣା ପଡ଼ିଛି। ତଦନ୍ତ ଚାଲିଛି । ସୀମାନ୍ତ ଅଞ୍ଚଳରେ ଆଲର୍ଟ ଜାରି ହୋଇଛି। ପୂର୍ବରୁ ବାଲେଶ୍ଵର ନବରଙ୍ଗପୁର ଆଦି ଅଞ୍ଚଳରେ ଏଭଳି ସମାନ ଢଙ୍ଗରେ ଘଟଣା ଘଟାଇ ଦୁର୍ବୃତ୍ତ ମାନେ ଖସି ଯିବାରେ ସଫଳ ହୋଇଥିବାରୁ ସେଇ ସମାନ ଗ୍ୟାଙ୍ଗ ବାଲଡ଼ା ଏଟିଏମ ଲୁଟ କରିଥିବାର ପୁଲିସ ସନ୍ଦେହ କରୁଛି। ବର୍ତମାନ ବାଲଡ଼ା ଶାଖାର ସମସ୍ତ ଅନ ଲାଇନ ବ୍ୟାଙ୍କ୍ ସେବା ବନ୍ଦ ରଖାଯାଇଥିବାରୁ ଗ୍ରାହକ ହଇରାଣ ହେଉଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.