ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ

add-all

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ସ୍ଥିତ ସ୍ଥାନୀୟ ବ୍ଲକ କଲନୀ ସ୍କୁଲ ଠାରେ ଏନ୍ ପି ଏସ ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଗତ ଦିନରେ ସରକାରଙ୍କୁ ଦିଆ ଯାଇଥିବା ତିନି ଦଫା ଦାବୀ ମଧ୍ୟରୁ କୌଣସି ଦାବୀ ପୂରଣ କରିବା ଦିଗରେ ସରକାର ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତି ନ ନେଇ ଟାଳ ଟୁଳ ନୀତି ଅବଲମ୍ବନ କରୁଛନ୍ତି । ତେଣୁ ଜିଲ୍ଲା ଶିକ୍ଷକ ସଂଘର ନିଷ୍ପତି କ୍ରମେ ଆଗାମୀ ରାଜ୍ୟ ବଜେଟ୍ ଅଧିବେଶନ ପୂର୍ବରୁ ଯଦି ଶିକ୍ଷକ ମାନଙ୍କ ଦାବି ତଥା ନିଯୁକ୍ତି ର ମୂଳ ଛଅ ବର୍ଷକୁ ନିୟମିତ ଚାକିରୀରେ ଗଣନା ସହ ଛଅଟି ଇନକ୍ରିମେଣ୍ଟ ପ୍ରଦାନ। ପୁରୁଣା ପେନସନ ଏବଂ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ଦିଗରେ ଦୃଷ୍ଟି ନ ଦେଲେ ପୁଣି ଥରେ ରାଜ ରାସ୍ତାକୁ ଉଲାଇବାକୁ ଫିରିଙ୍ଗିଆ ବ୍ଲକ୍ ଏନ୍ ପି ଏସ ଶିକ୍ଷକ ସଂଘ ଉକ୍ତ ବୈଠକ ରେ ନିଷ୍ପତି ନେଇଛି। ଉକ୍ତ ବୈଠକ ରେ ସଭାପତି ଅଜିତ କୁମାର ବେହେରା, ସମ୍ପାଦକ ରାଜେଶ୍ କୁମାର ନାୟକ,କୋଷାଧ୍ୟକ୍ଷ ମୃତ୍ୟଂଜୟ ସାହୁ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.